କଣ ଆପଣ ଖାଦ୍ୟରେ ଭୃସଙ୍ଗ ପତ୍ର ବ୍ୟବହାର କରନ୍ତି କି । ଭୃସଙ୍ଗ ପତ୍ରକୁ ସେବନ କଲେ କଣ ଲାଭ ମିଳେ ଆପଣ ଜାଣନ୍ତି । ବାଡିରେ ଥିବା ଭୃଷଙ୍ଗ ପତ୍ର ଖାଦ୍ୟକୁ ଯେତିକି ସ୍ୱାଦିଷ୍ଟ କରିଥାଏ ସେତିକି ଦେହ ପାଇଁ ମଧ୍ୟ ପ୍ରଭାବକାରୀ । ଏଥିରେ ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ଫସଫରସ୍, ଲୁହା, ତମ୍ବା ଏବଂ ଭିଟାମିନ୍ ଭଳି ଅନେକ ଗୁଣ ରହିଛି । ଯାହା ଶରୀରକୁ ଅନେକ ଲାଭ ଯୋଗାଇବାରେ ସହାୟକ । ଯଦି ଆପଣ ଭୃସଙ୍ଗ ପତ୍ରକୁ ପାଣିରେ ଫୁଟାଇ ପ୍ରତିଦିନ ସକାଳେ ଖାଲି ପେଟରେ ପିଅନ୍ତି, ତେବେ ଆପଣ ଶରୀରକୁ ଅନେକ ସମସ୍ୟାରୁ ରକ୍ଷା କରିପାରିବେ ।
ଭୃସଙ୍ଗ ପତ୍ରରେ ହାଇପୋଗ୍ଲାଇସେମିକ୍ ଗୁଣ ଥାଏ । ଯାହା ରକ୍ତରେ ଶର୍କରା ସ୍ତର କମ କରିବାରେ ସାହାଯ୍ୟ କରେ। ଭୃସଙ୍ଗ ପତ୍ର ପାଣି ପିଇବା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇପାରେ ।
ଯେଉଁମାନଙ୍କର ପାଚନ ସମସ୍ୟା ଅଛି ସେମାନଙ୍କ ପାଇଁ ଭୃସଙ୍ଗ ପତ୍ର ପାଣି ପିଇବା ବହୁତ ଲାଭଦାୟକ ହୋଇପାରେ ।
ଭୃସଙ୍ଗ ପତ୍ର ପାଣି ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ହୋଇଥିବାରୁ, ଏହା ତ୍ୱଚାକୁ ମୁକ୍ତ ରାଡିକାଲ୍ସ ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରିପାରିବ।ଭୃସଙ୍ଗ ପତ୍ର ପାଣି ସୁସ୍ଥ ହୃଦୟ ବଜାୟ ରଖିବାରେ ସାହାଯ୍ୟ କରିପାରେ। ଏହା ସହିତ, ଏହା ହୃଦୟ ସମ୍ବନ୍ଧୀୟ ସମସ୍ୟାର ଆଶଙ୍କାକୁ ହ୍ରାସ କରିପାରେ। କେବଳ ଏତିକି ନୁହେଁ ଚୁଟି ସ୍ବାସ୍ଥ୍ୟ ପାଇଁ ମଧ୍ୟ ଭୃସଙ୍ଗ ପତ୍ର ଲାଭକାରୀ ହୋଇଥାଏ।
ତେବେ ଭୃସଙ୍ଗ ପତ୍ର ପାଣି ତିଆରି କରିବା ପାଇଁ, ପ୍ରଥମେ ତାଜା ଭୃସଙ୍ଗ ପତ୍ରକୁ ଭଲ ଭାବରେ ଧୋଇ ଦିଅନ୍ତୁ । ତାପରେ, ଏକ ପ୍ୟାନରେ ଏକ ଗ୍ଲାସ ପାଣି ଢାଳନ୍ତୁ, ୫-୬ ଟି ଭୃସଙ୍ଗ ପତ୍ର ପକାଇ ଫୁଟାନ୍ତୁ । କିଛି ମିନିଟ୍ ପରେ, ଏହାକୁ ଛାଣି ଚା ପରି ପିଅନ୍ତୁ। କିଛି ଦିନ ଏହାକୁ ସେବନ କରିବା ପରେ ସ୍ୱାସ୍ଥ୍ୟରେ ଫରକ ନିଜେ ଜାଣିପାରିବେ ।
