ଶାସକ ଦଳକୁ ଧରାଶୀୟୀ କରିବେ ସୂର୍ଯ୍ୟ !

ଶାସକ ଦଳକୁ ଧରାଶୀୟୀ କରିବେ ସୂର୍ଯ୍ୟ !

 ଦର୍ଶକବନ୍ଧୁ ରାଜ୍ୟ ରାଜନୀତିର ଚର୍ଚ୍ଚିତ ନିର୍ବାଚନୀ ମଣ୍ଡଳୀ ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନ ମଣ୍ଡଳୀ । ହଁ ଆଜ୍ଞା ଧାମନଗର ବାସୀ ଦେଖିବେ ଡାକ୍ତର ଓ ଇଞ୍ଜିନିୟର ଲଢେଇ । ବିଜେଡିରୁ ଧାମନଗର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ହୋଇଛନ୍ତି ଡାକ୍ତର ସଞ୍ଜୟ ଦାସ । ଏବଂ ବିଜେପିରୁ ତାଙ୍କୁ ଟକ୍କର ଦେବେ ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ । ଶାସକ ଦଳକୁ ଚକମା ଦେଇ ଉପନିର୍ବାଚନରେ ଧାମନଗର ବାସୀଙ୍କ ମନ ଜିତିଥିଲେ । ପୁଣିଥରେ ତାଙ୍କୁ ବିଜେପି ପ୍ରାର୍ଥୀ କରାଇବା ପରେ ରୋଚକ ସ୍ଥିତିରେ ଧାମନଗର ନିର୍ବାଚନ ମଣ୍ଡଳୀ । ଉପନିର୍ବାଚନରେ ବିଜେଡିର ହେଭିୱେଟ ନେତାଙ୍କ ପ୍ରଚାର କୌଣସି ପ୍ରଭାବ ପକାଇନଥିଲା ସୂର୍ଯ୍ୟବଂଶୀଙ୍କ ଉପରେ । ଦେଢ ବର୍ଷରେ ଲୋକମାନଙ୍କ ଭଲପାଇବା ସାଉଁଟିଥିଲେ ସୂର୍ଯ୍ୟ । ଉପନିର୍ବାଚନରେ ବାଜି ମାରିଥିବା ତଥା ଦେଢବର୍ଷ ଧରି ବିଧାୟକ ଭାବେ ଅଭିଜ୍ଞତା ସାଉଁଟିଥିବା ସୂର୍ଯ୍ୟଙ୍କୁ ଚେକ ଦେଇପାରିବେ ତ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସ । ଭୋଟରଙ୍କ ମନ ଜିଣିବାକୁ ବିଜେଡି ପ୍ରାର୍ଥୀ ତାଙ୍କର ଜୋର ଦାର ପ୍ରଚାର ପ୍ରସାର ଚଳାଇଛନ୍ତି । ଧାମନଗରରେ କାମ ଦେବ ତ ଡାକ୍ତରୀ ଫର୍ମୁଲା । ଖୁବ କମ ଦିନରେ ଦଳର ଜଣେ ଟାଣୁଆ ନେତା ସାଙ୍ଗକୁ ଦଳର ଶୀର୍ଷ ନେତୃତ୍ୱଙ୍କ ମନ ଜିତିଥିବା ସୁରଜ ପୁଣିଥରେ ବିଜୟ ଆଶାରେ ନିଜର ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । କେତେବେଳେ ସିଧାସଳଖ ରାଜ୍ୟ ସରକାରଙ୍କୁ ଆଉ କେତେବେଳେ ବିରୋଧି ନେତାଙ୍କୁ କଥା କଥାରେ ପାଣି ପିଆଇ ଦେଇଥାନ୍ତି । ତେଣୁ ପୁଣିଥରେ ଦଳ ତାଙ୍କ ଉପରେ ଭରସା କରି ଟିକେଟ ଦେଇଛି । ଶାସକ ଦଳକୁ ଧରାଶାୟୀ କରିବା ପାଇଁ ଗେମ ପ୍ଲାନ ପ୍ରସ୍ତୁତ କଲେଣି ସୂର୍ଯ୍ୟ । ତେବେ ଡାକ୍ତର ବନାମ ଇଞ୍ଜିନିୟର ଲଢେଇରେ ଧାମନଗର ଗାଦିରେ କିଏ କରିବ ରାଜୁତି ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *