ଶାହାରୁଖାଁଙ୍କ ସହ ଅଭିନୟ ପାଇଁ ସଦା ଆଗ୍ରହୀ ରାନୀ

ଶାହାରୁଖାଁଙ୍କ ସହ ଅଭିନୟ ପାଇଁ ସଦା ଆଗ୍ରହୀ ରାନୀ

ଭୁବନେଶ୍ୱର:

ବଲିଉଡ ଅଭିନେତ୍ରୀ ରାନୀ ମୁର୍ଖାଜୀ ଏବେ ତାଙ୍କ ଫିଲ୍ମି ‘ମିସେସ ଚାଟାର୍ଜୀ ଭର୍ଷେସ ନରୱେ’ ପାଇଁ ଚର୍ଚ୍ଚାରେ ରହିଛନ୍ତି | ଅସୀମା ଛିବରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି | ଏଥିରେ ରାନୀଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କ ମନ ଛୁଇଁଛି | ‘ରାଜା କି ଆଏଗି ବାରାତ’ ଫିଲ୍ମରୁ ଅଭିନୟ ଜଗତରେ ପାଦ ଦେଇଥିବା ରାନୀଙ୍କୁ ‘କୁଛ କୁଛ ହୋତା ହୈ’ ଫିଲ୍ମିରୁ ସଫଳତା ମିଳିଥିଲା | ଏଥିରେ ରାନୀଙ୍କ ବିପକ୍ଷରେ ଅଭିନୟ କରିଥିଲେ ବଲିଉଡ ବାଦଶାହା ଶାହାରୁଖ ଖାନ | ତେବେ ନିକଟରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ରାନୀ କହିଛନ୍ତି ଯେ, ସେ ଆଗକୁ ଶାହାରୁଖଙ୍କ ସହ ବଡ ପରଦାରେ ରୋମାନ୍ସ କରିବାକୁ ଚାହିଁବେ | ଶାହାରୁଖଙ୍କ ସହ ସେ ଆଉ ଗୋଟିଏ ଫିଲ୍ମିରେ ଅଭିନୟ କରିବାକୁ ଇଛା କରିବେ କି ବୋଲି ରାନୀଙ୍କୁ ପ୍ରଶ୍ନ କରିବାରୁ ସେ ଏହାର ଉତ୍ତରରେ କହିଥିଲେ-ଲେଖକମାନେ ଏକ ଭଲ ପ୍ରେମ କାହାଣୀ ନେଇ ଆସନ୍ତୁ, ଯେଉଁଥିରେ ସେ ଶାହାରୁଖଙ୍କ ସହ ଅଭିନୟ କରିବେ | ରାନୀ ଆହୁରି ମଧ୍ୟ କହିଛନ୍ତି ୮୦ ବର୍ଷ ବୟସରେ ବି ସେ ଶାହାରୁଖଙ୍କ ସହ ଫିଲ୍ମିରେ ରୋମାନ୍ସ କରିବାକୁ ଚାହିଁବେ | ଏଠାରେ ପ୍ରକାଶ ଥାଉ କି, ରାନୀ ଓ ଶାହାରୁଖ ଏକାଠି ‘କୁଛ କୁଛ ହୋତା ହୈ’ , ‘କଭି ଅଲବିଦା ନା କେହେନା’ , ‘ପେହେଲି’, ‘ ଚଲତେ ଚଲତେ’ ଫିଲ୍ମିରେ ଅଭିନୟ କରିଥିଲେ |

author

Related Articles

Leave a Reply

Your email address will not be published. Required fields are marked *