ଶିକ୍ଷା ବିଭାଗର A1 ଗ୍ରେଡ ନାହିଁ ତ ଦରମା ନାହିଁ |

ଶିକ୍ଷା ବିଭାଗର A1 ଗ୍ରେଡ ନାହିଁ ତ ଦରମା ନାହିଁ |

ବୌଦ୍ଧ:

ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ମାଟ୍ରିକ ଫଳ ପ୍ରକାଶିତ ହୋଇଯାଇ ଥିବା ବେଳେ ବୌଦ୍ଧ ଜ଼ିଲ୍ଲା ର ପାସ ହାର 96.76 ପ୍ରତିଶତ ରହିଥିବା ଜଣାପଡିଛି l ଚଳିତ ବର୍ଷ ଜ଼ିଲ୍ଲାରେ 75 ଟି ଉଚ୍ଚ ବିଦ୍ୟାଳୟର 6519 ଜଣ ଛାତ୍ର ଛାତ୍ରୀ ରେଗୁଲାର ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ମୋଟ 6299 ଜଣ ପାସ କରିଛନ୍ତି l ସେମାନଙ୍କ ମଧ୍ୟ୍ୟରୁ A1 ଗ୍ରେଡରେ ଜ଼ିଲ୍ଲା ରୁ ମାତ୍ର 8ଜଣ ଛାତ୍ର ଛାତ୍ରୀ ପାସ କରିଛନ୍ତି l A1 ଗ୍ରେଡ ପାଇ ନ ଥିବା ବୌଦ୍ଧ ଜ଼ିଲ୍ଲା ସମସ୍ତ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ମେ ମାସର ଦରମା ବନ୍ଦ କରିବାକୁ ଶିକ୍ଷା ଅଧିକାରୀ ଉଦୟ ନାଥ ମାଝୀ ନିର୍ଦେଶ ଦେଇଛନ୍ତି l ଗତ ବର୍ଷ ଜ଼ିଲ୍ଲା ରେ 21ଜଣ A1ଗ୍ରେଡ ପାଇଥିବା ବେଳେ ସତ ପ୍ରତିଶତ ରେଜଲଟ କରିଥିବା ଉଚ୍ଚ ବିଦ୍ୟାଳୟ କୁ ଏକ ଲକ୍ଷ୍ୟ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା l ମାତ୍ର ଚଳିତ ବର୍ଷ A1 ଗ୍ରେଡ ପାଇଥିବା ଆଠ ଜଣ ଛାତ୍ର ଛାତ୍ରୀ ମଧ୍ୟ୍ୟରୁ ବୌଦ୍ଧ NAC ରୁ ଦୁଇ ଜଣ, ହରଭଙ୍ଗା ବ୍ଲକ ରୁ ୨ ଜଣ ବୌଦ୍ଧ ବ୍ଲକ ରୁ 1 ଜଣ ଏବଂ କଣ୍ଟାମlଳ ବ୍ଲକ ରୁ 3 ଜଣ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି l

ଜ଼ିଲ୍ଲାପାଳ ଚଳିତ ବର୍ଷ ଜ଼ିଲ୍ଲା ର ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟ କୁ A1 ଗ୍ରେଡ ନିମନ୍ତେ 25 ରୁ 30 ଶତକଡା ଲକ୍ଷ ଧାର୍ଯ୍ୟ ରଖିଥିଲେ l ସେଥିପାଇଁ ପରୀକ୍ଷା ପୂର୍ବ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବା ସହିତ ନିୟମିତ ଏକଷ୍ଟ୍ରl କ୍ଲାସ ଏବଂ ପୂର୍ଣ୍ଣ ତଦାରଖ କରିବାକୁ ପ୍ରଧାନ ଶିକ୍ଷକ ମାନଙ୍କୁ ଜ଼ିଲ୍ଲାପାଳ ନିର୍ଦେଶ ଦେଇଥିଲେ l ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟର ସମସ୍ତ ବିଷୟ ଗତ ଶିକ୍ଷକ,ଭିତିଭୂମି ଏବଂ ସମସ୍ତ ପ୍ରକାର ସୁବିଧା ସୁଯୋଗ ଥିବା ସତ୍ୱେ ଜ଼ିଲ୍ଲା ରେ A1 ଗ୍ରେଡ କ୍ଷେତରେ ଫଳାଫଳ ବହୁ ନିରୁତ୍ସାହିତ ରହିଛି l A1 ଗ୍ରେଡ ପାଇ ନଥିବା ପ୍ରତ୍ୟେକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ଠାରୁ ଜ଼ିଲ୍ଲା ଶିକ୍ଷା ଅଧିକାରୀ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି l ଭଲ କାମ ପାଇଁ ଯଦି ପ୍ରଶଂସା ଏବଂ ପୁରସ୍କାର ମିଳୁଛି ତ ଅବହେଳା ପାଇଁ ଏକ୍ସନ କାହିଁକି ନୁହଁ?ଏହା ଶିକ୍ଷା ପାଇଁ ଶିକ୍ଷା ଅଧିକାରୀଙ୍କ ଏକ ଭଲ ପଦକ୍ଷେପ ବୋଲି ଅବିଭାବକ ମହଲରେ ଚର୍ଚ୍ଚା ହେଉଛି |

author

Related Articles

Leave a Reply

Your email address will not be published. Required fields are marked *