ନାରୀକୁ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ |

ନାରୀକୁ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ |

ନାରୀକୁ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ |ଥାନାର ଦ୍ୱାରସ୍ଥ ହେବା ପରେବି ନାରୀକୁ ମିଳୁନି ନ୍ୟାୟ | ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ବ୍ରହ୍ମ ବରଦା ଥାନା ଅନ୍ତର୍ଗତ ଅର୍ଥଙ୍ଗା ଗ୍ରାମର କଳ୍ପନା ସାହୁ ବୟସ ପ୍ରାୟ 30 ହେବ,ଏବେ ସେ ଚାନ୍ଦ ପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ରୂପେ ନିୟୋଜିତ ଅଛନ୍ତି |ଗତ ଚାରି ମାସ ପୂର୍ବେ ଖଣ୍ଡାସ ଗ୍ରାମର ବିଷ୍ଣୁ ଚରଣ ମହାନ୍ତିଙ୍କ ପୁଅ ଗିରିଜା ଶଙ୍କର ମହାନ୍ତି ବାଟ ଘାଟରେ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଉଥିଲେ |ଏ ଘଟଣାକୁ ନେଇ ଯାଜପୁର ସଦର ଥାନାରେ ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ ଫଳ କିଛି ବି ମଳିନଥିଲା |ନାରୀକୁ ନିର୍ଯାତନା ଦେଇ ଖସିଯିବାକୁ ବସିଥିଲା ଗିରିଜା ଶଙ୍କର ମହାନ୍ତି |କିଛିଦିନ ବିତି ଗଲାପରେ ଆଜି ତାରିଖ 4/2/23 ରିଖ ପ୍ରାୟ ସକାଳ 6ଘଟିକା ସମୟରେ କଳ୍ପନା ଓ ତାଙ୍କ ଭାଇ ବିଦ୍ୟାଧର ସାହୁ ଚାନ୍ଦ ପୁର ପ୍ରାଥମିକ ବିଦ୍ୟାଳୟରେ ଛାଡିବା ବେଳେ ଅମଣିଷ ପିପାସୁ ଗିରିଜା ଶଙ୍କର ମହାନ୍ତି ଓ ତାର ସହଯୋଗୀ ମାନେ ଆସି ଖଣ୍ଡାସ ଛକରେ ପୂର୍ବରୁ ପ୍ରସ୍ତୁତ ରହି କଳ୍ପନା ଓ ତାଙ୍କ ଭାଇଙ୍କୁ ଅଟକାଇ ଥିଲେ |ଅଭିଯୋଗ କ୍ରମେ ସହଯୋଗୀ ମାନେ ମୁହଁରେ କପଡା ଗୁଡ଼ାଇ କଳ୍ପନା କୁ ଗାଡ଼ିରୁ ଉଠାଇ ନେଇଥିଲେ |ପରେ ପରେ କଳ୍ପନା କୁ ମାଡ଼ ମାରି ଦବଙ୍ଗଗିରି ସାଜି ହାତ ଗୋଡ଼କୁ ବାନ୍ଧୀ ଗାଡ଼ିରେ ବସାଇ ନେଇଯିବାକୁ ଚେଷ୍ଟା କଲେ |ଜୀବନ ବଞ୍ଚାଇ ଉକ୍ତ ଦବଙ୍ଗି ପିପାସୁ ରାକ୍ଷସଙ୍କୁ ବଳ ପୂର୍ବକ ଧକା ଦେଇ ଯିବାକୁ ଚେଷ୍ଟା କଲେ, କିନ୍ତ ରାକ୍ଷସ ଗୁଡାକ ବନ୍ଧୁକ ଦେଖାଇ ତୋ ଭାଇ କୁ ଜୀବନରୁ ମାରିଦେବୁ ଧମକ ଦେଲେ |ମୋ ଜୀବନ ବଞ୍ଚାଇବାକୁ ଚେଷ୍ଟା କରି ଚିତ୍କାର କରି ଡାକ ଦେଲି ଡାକ ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଯିବାରୁ ରକ୍ତ ପିପାସୁ ରାକ୍ଷସ ଗୁଡାକ ଜାଗା ଛାଡ଼ି ଚାଲିଗଲେ |ପରବର୍ତ୍ତୀ ସମୟରେ କଳ୍ପନା ସାହୁ ଓ ତାଙ୍କ ପରିବାର ମିଳିତ ଭାବେ ବ୍ରହ୍ମ ବରଦା ଥାନାରେ ଅଭିଯୋଗ କରିଥିଲେ |ଅଭିଯୋଗ F.I.R ଦେବା ସମୟରେ ବ୍ରହ୍ମ ବରଦା ଥାନାର ଭାରପ୍ରାପ୍ତ ଅଧିକାରୀ ଏସ ଦାସ ରଥି ପାତ୍ର କଳ୍ପନା ସାହୁଙ୍କୁ ପ୍ରଥମେ ଧମକାଇ ଥିଲେ |ଥାନା ବାବୁଙ୍କ ପ୍ରତିକ୍ରିୟା ନେବାରୁ ଥାନାବାକୁ ରୋକ ଠୋକ ପ୍ରତିକ୍ରିୟା ଦେବାକୁ ମନା କରିଦେଲେ | ଦେଖିବାକୁ ବାକି ରହିଲା ବ୍ରହ୍ମବରଦା ଥାନା କଳ୍ପନା ସାହୁଙ୍କୁ କୀ ନ୍ୟାୟ ମିଳୁଛି |

author

Related Articles

Leave a Reply

Your email address will not be published. Required fields are marked *