ଶିମିଳିପାଳକୁ ସ୍ୱତନ୍ତ୍ର ବୋଲେରୋରେ ଜଗିବେ ଟାସ୍କଫୋର୍ସ

ଶିମିଳିପାଳକୁ ସ୍ୱତନ୍ତ୍ର ବୋଲେରୋରେ ଜଗିବେ ଟାସ୍କଫୋର୍ସ

ଶିମିଳିପାଳ ସୁରକ୍ଷା ପାଇଁ ନିୟୋଜିତ ହେଲା ସ୍ୱତନ୍ତ୍ର ପାଟ୍ରୋଲିଂ ଗାଡି । ଶିମିଳିପାଳରେ ବାଘ ଶିକାର ରୋକିବା ପାଇଁ ୧୪ଟି ସବୁଜ ରଙ୍ଗର ବୋଲେରୋ ଗାଡି ନିୟୋଜିତ ହୋଇଛି । ନୂଆ ବୋଲେରୋରେ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ତଦାରଖ କରିବେ ଟାସ୍କଫୋର୍ସ ଓ ଶିମିଳିପାଳ ସ୍ୱତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳ । ସ୍ୱତନ୍ତ୍ର ଭାବେ ଡିଜାଇନ୍ ଏହି ଗାଡି ଗୁଡିକ ବର୍ଷର ସବୁ ସମୟରେ ଶିମିଳିପାଳର ସବୁ ଅଞ୍ଚଳରେ ଗଡିପାରିବ ।
ବର୍ଷାଦିନେ ଘାଟିରେ ଚଢିପାରିବ, ମାଟି ଓ କାଦୁଅ ରାସ୍ତାରେ ବି ଦୌଡିପାରିବ । ରାତି ପାଟ୍ରୋଲିଂବେଳେ ଏହି ସ୍ୱତନ୍ତ୍ର ଗାଡିରେ ରିମୋଟ କଣ୍ଟ୍ରୋଲ ସର୍ଚ୍ଚ ଲାଇଟ୍ ବ୍ୟବସ୍ଥା ରହିଛି । ଜଙ୍ଗଲ ମାଫିଆ ଓ ବନ୍ୟପ୍ରାଣୀ ଶିକାରୀଙ୍କୁ ସାବାଡ୍ କରିବାକୁ ଏମିତି ୧୪ଟି ବୋଲେରୋ ଗାଡି ନିୟୋଜିତ ହେବ । ଏ ଗାଡି ଶିମିଳିପାଳରେ ବାଘ ଶିକାର ରୋକିବାରେ ବେଶ ସହାୟକ ହେବ ବୋଲି ବନ୍ୟପ୍ରାଣୀ ବିଭାଗ ଆଶା କରୁଛି ।

author

Related Articles

Leave a Reply

Your email address will not be published. Required fields are marked *