ଶିମିଳିପାଳରେ ପୁଣି ଅବକାରୀ ବିଭାଗର ଚଢାଉ

ଶିମିଳିପାଳରେ ପୁଣି ଅବକାରୀ ବିଭାଗର ଚଢାଉ

ଶିମିଳିପାଳରେ ଅଫିମ ଚାଷ ଉପରେ ଅବକାରୀ ବିଭାଗର ଚଢାଉ । ଶିମିଳିପାଳର ଅସ୍ତକୁଅଁର ପଂଚାୟତର ଶାରୁଦା ଗାଁ ନିକଟରେ ୧୫ ଏକ ଜଙ୍ଗଲ ଜମିରେ ଚାଷ ହୋଇଥିବା ଅଫିମ ଗଛକୁ ପୋଡି ନଷ୍ଟ କରିଛି ଅବକାରୀ ବିଭାଗ । ମୟୂରଭଞ୍ଜ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ନଷ୍ଟ କରାଯାଇଥିବା ଅଫିମ ଗଛର ଆନୁମାନିକ ମୂଲ୍ୟ ୧୦ କୋଟି ୫୦ ଲକ୍ଷ ହେବ । ବର୍ତମାନ ସୁଦ୍ଧା ଶିମିଳିପାଳର ୭ଟି ସ୍ଥାନରେ ଅଫିମ ଚାଷ ନଷ୍ଟ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୨୫ କୋଟିରୁ ଅଧିକ ଟଙ୍କା ହେବ ।

author

Related Articles

Leave a Reply

Your email address will not be published. Required fields are marked *