ଶିମିଳିପାଳରେ ବନ୍ୟପ୍ରାଣୀ ଗଣନା ପ୍ରକ୍ରିୟା ଆରମ୍ଭ

ଶିମିଳିପାଳରେ ବନ୍ୟପ୍ରାଣୀ ଗଣନା ପ୍ରକ୍ରିୟା ଆରମ୍ଭ

ଆଜିଠାରୁ ଗଣନା ହେବ ଶିମିଳିପାଳ ବନ୍ୟପ୍ରାଣୀଙ୍କ ସଂଖ୍ୟା । ଶିମିଳିପାଳ ଅଭୟାରଣ୍ୟରେ ଥିବା ସମସ୍ତ ଜୀବଜନ୍ତୁଙ୍କ ଗଣନା ହେବ । ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ପ୍ରତିଦିନ ସକାଳ ୯ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାଘ ଗଣନା ହେବ । ବାଘ ସମେତ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଓ ପକ୍ଷୀଙ୍କର ହେବ ଗଣନ।। ଏଥିପାଇଁ ଲାଗିଛି ୪୫୦ରୁ ଅଧିକ ଟ୍ରାପ କ୍ୟାମେରା । ବିସ୍ତୁତ ଅଞ୍ଚଳ ହୋଇଥିବାରୁ ୩ଟି ପର୍ଯ୍ୟାୟରେ ଟ୍ରାପ କରାଯିବ ।


ବାଘଙ୍କ ପାଦ, ରଙ୍ଗ, ଗଛରେ ରାମ୍ପୁଡା ଦାଗରୁ ଡିଏନଏ ନମୁନା ସଂଗ୍ରହ କରାଯିବ । ଜାନୁଆରୀ ୩୧ ସୁଦ୍ଧା ଏ ସମ୍ପର୍କରେ ପୂର୍ଣ୍ଣାଙ୍ଗ ରିପୋର୍ଟ କେନ୍ଦ୍ରକୁ ଦିଆଯିବ । ଶିମିଳିପାଳରେ ମୋଟ୍ ୨୦୦ଟି ବିଟ୍ ରହିଛି । ଆଉ ପ୍ରତି ବିଟରେ ୨-୩ କର୍ମଚାରୀ ଏହି ଗଣନା କାମରେ ନିୟୋଜିତ ହେବେ । କେବଳ ବାଘ ଗଣତିରେ ୭୦୦ରୁ ୮୦୦ ବନ କର୍ମଚାରୀ ନିୟୋଜିତ ରହିବେ । କେବଳ ବାଘ ଗଣତି ୨୫ରୁ ୪୦ ଦିନ ଚାଲିବ । ୨୦୨୧ରୁ ଏଯାବତ ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ପାଇଛି ।

author

Related Articles

Leave a Reply

Your email address will not be published. Required fields are marked *