ଶିଶୁ ଅଦଳବଦଳରେ ଝିଅ ହୋଇଥିବା ନେଇ ସ୍ପଷ୍ଟ କଲା କ୍ୟାପିଟାଲ ହସ୍ପିଟାଲ

ଶିଶୁ ଅଦଳବଦଳରେ ଝିଅ ହୋଇଥିବା ନେଇ ସ୍ପଷ୍ଟ କଲା କ୍ୟାପିଟାଲ ହସ୍ପିଟାଲ

ଗତ କିଛି ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳିବଦଳ ଘଟଣା ଚର୍ଚ୍ଚାର ବିହୟ ପାଲଟିଥିଲା । ତେବେ ଏହି ଘଟଣାରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି । ମା ସଙ୍ଗେ ଝିଅର ଡିଏନଏ ରିପୋର୍ଟ ଆସିଛି । ରିପୋର୍ଟ ଅନୁସାରେ, ଅଭିଯୋଗକାରୀ ପ୍ରାଣକୃଷ୍ଣ ପରିଜାଙ୍କ ଝିଅ ହୋଇଥିବା ଜଣାପଡିଛି । କୋର୍ଟ ଅନୁମତି ପରେ ଗତ ସୋମବାରଦିନ ମା ଓ ଝିଅର ଡିଏନଏ ନମୁନା ନେଇଥିଲେ ହସ୍ପିଟାଲ କର୍ତୃପକ୍ଷ । ଏହାପରେ ରିପୋର୍ଟ ଆସିଛି । କ୍ୟାପିଟାଲ ହସପିଟାଲରେ ଛୁଆ ଅଦଳବଦଳ ହୋଇଥିବା ଅଭିଯୋଗ କରିଥିଲେ ଛୁଆର ବାପା ପ୍ରାଣକୃଷ୍ଣ ପରିଜା । ଝିଅ ଜନ୍ମ ହୋଇଥିବା କଥା ମା’ ମାନୁଥିବା ବେଳେ ବାପା ପ୍ରାଣକୃଷ୍ଣ ବିଶ୍ୱାଳ କିନ୍ତୁ ଝିଅ ହୋଇଥିବା ମାନିନଥିଲେ । ପ୍ରାଣକୃଷ୍ଣ ବିଶ୍ୱାଳ ଅଭିଯୋଗ ଆଣି କହିଥିଲେ ପୁଅ ବଦଳରେ ତାଙ୍କୁ ଝିଅ ଦିଆଯାଇଥିଲା । ଏହି ଅଭିଯୋଗ ଆସିବା ପରେ ମାମଲା ଥାନାକୁ ଯାଇଥିଲା । ପ୍ରାଣକୃଷ୍ଣ ଡିଏନଏ ଟେଷ୍ଟ କରିବା ପାଇଁ ଦାବି କରିଥିଲେ । ଏବେ ଡିଏନଏ ରିପୋର୍ଟ ଆସିଲା ପରେ ସତ ସାମ୍ନାକୁ ଆସିଛି । ଘଟଣାରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ କରାଯାଇଥିବା ବେଳେ କାର୍ଯ୍ୟରେ ଅବହେଳା ଦର୍ଶାଇ ମହିଳା ଆଟେଣ୍ଡାଂଟକୁ ନିଲମ୍ବିତ କରିଥିଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ।

author

Related Articles

Leave a Reply

Your email address will not be published. Required fields are marked *