ଶୀତଦିନେ କେମିତି ସୁସ୍ଥ ରହିବେ ?

ଶୀତଦିନେ କେମିତି ସୁସ୍ଥ ରହିବେ ?


ସାଧାରଣତଃ ଶୀତଦିନେ ଅନେକ ଶାରୀରିକ ସମସ୍ୟା ଦେଖାଦେଇଥାଏ | ପ୍ରତ୍ୟେକ ଋତୁ ଅନୁଯାୟୀଶରୀରକୁ ସୁସ୍ଥ ରଖିବା ପାଇଁ ଭିନ୍ନ ଭିନ୍ନ ପରାମର୍ଶ ରହିଛି | ଶୀତଦିନେ ଥଣ୍ଡା ଠାରୁ ଆରମ୍ଭ କରି ଅନେକ ରୋଗର ସମ୍ମୁଖୀନ ହେଇବାକୁ ପଡିଥାଏ | ଯଦି ଶୀତଦିନେ ଆପଣ ଏମିତି କିଛି ନିୟମ ମାନିବେ ତାହାଲେ ଆପଣ ଶୀତଦିନେ ସୁସ୍ଥ ରହିପାରିବେ| ଶୀତଦିନେ ମୁଖତଃ ଆମେ ଆମର ଜୀବନଶୈଳୀ କୁ ପରିବର୍ତନ କରିଦେଇଥାଉ ଯାହା ଫଳରେ ଆମେ ଅନେକ ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇଥାଉ | ଶୀତଦିନରେ ମୁଖତଃ ଆମେ ଡେରିରେ ଉଠିବାକୁ ପସନ୍ଦ କରିଥାଉ ଯେଉଁଥି ପାଇଁ କଫ ବାତ ପରି ଅନେକ ରୋଗର ସମ୍ମୁଖୀନ ହେବାକୁ ପଡିଥାଏ | ତେଣୁ ଶୀତଦିନେ ଜଲ୍ଦି ଉଠିବାପାଇଁ ଚେଷ୍ଟା କରିବା ନିହାତି ଜରୁରୀ | ଶୀତଦିନେ ସକାଳୁ ଉଠି ଯୋଗ,ବ୍ୟାୟାମ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ମାନସିକ ସ୍ଵାଥ୍ୟ ଠିକ ରହିଥାଏ | ଶୀତଦିନେ ଶରୀର ମୁଖତଃ ଡ୍ରାଏ ହୋଇଯାଇଥାଏ ତେଣୁ ଶୀତଦିନେ ଶରୀରରେ ତେଲ ମାଲିସ କରିବା ନିହାତି ଆବଶ୍ୟକ ହୋଇଥାଏ | ଏବଂ ଶୀତଦିନେ ସକାଳୁ ଉଠି କିଛି ସମୟ ସୂର୍ଯ୍ୟ କିରଣରେ ବସିବା ଶରୀର ପାଇଁ ଲାଭଦାୟକ ହୋଇଥାଏ | ଶୀତଦିନେ ଯଦି ଆପଣ ପ୍ରଚୁର ପରିମାଣରେ ପନିପରିବା,ଫଳ,କ୍ଷୀର ,ବାଦାମ ଖାଇବେ ତେବେ ଆପଣଙ୍କ ଶରୀର ସୁସ୍ଥ ରହିବ | ଏସବୁ ନିୟମ ମାନିଲେ ଶୀତଦିନେ ଆପଣଙ୍କ ଶରୀର ସୁସ୍ଥ ରହିବ |

author

Related Articles

Leave a Reply

Your email address will not be published. Required fields are marked *