ଶୀତଦିନେ ମଧ୍ୟ କମୁନି ପରିବା ଦର

ଶୀତଦିନେ ମଧ୍ୟ କମୁନି ପରିବା ଦର

ଶୀତଦିନ ଆରମ୍ଭ ହୋଇ ଶେଷ ହେବାକୁ ବସିଲାଣି । କିନ୍ତୁ ରାଜ୍ୟରେ ପରିବା ଦରରେ କୌଣସି  ପରିବର୍ତ୍ତନ ଆସୁନାହିଁ । ଶାତଦିନେ ପରିବା ଶସ୍ତା ହେବା କଥା କିନ୍ତୁ ଶସ୍ତା ବଦଳରେ ବଢି ବଢି ଚାଲିଛି । ବ୍ରହ୍ମପୁର ବଜାରରେ ଏବେ କୌଣସି ପରିବା ୫୦ ଟଙ୍କାରୁ କମ ନୁହଁ । ବଜାରରେ ଫୁଲବୋବି ୫୦ଟଙ୍କାରୁ କମ ନାହିଁ, ବିନ ୮୦, ବାଇଗଣ ୫୦ ରୁ ୬୦, ଛୁଇଁ ୧୦୦, ଟମାଟ ୩୦ ରୁ ୪୦, ଫଳକୋବି ୫୦ କ୍ୟପସିକମ ୧୦୦, ଭେଣ୍ଡି ୬୦ ଟଙ୍କା ଦରରେ ବିକ୍ରି ହେଉଛି । ବଜାରକୁ ଆସିଲେ ୫୦୦ ଟଙ୍କାରରେ ମଧ୍ୟ ବ୍ୟାଗ ଫୁଲ ହେଉନାହିଁ ।ଶୀତ ଦିନରେ ଭଲ ପରିବା ଓ କମ ଦରରେ ମିଳିବା କଥା । କିନ୍ତୁ ବଜାରରେ ପରିବା ରହିଛି ସତ ଦର କମ ନୁହଁ । ବ୍ରହ୍ମପୁର ବଜାରକୁ ପ୍ରତିଦିନ ଟନ ଟନ ପରିବା ଆସୁଛି । କିନ୍ତୁ ବ୍ୟବସାୟୀଙ୍କୁ ମଧ୍ୟ ଉଚା ଦରରେ କିଣିବାକୁ ପଡ଼ିଥାଏ ଯାହାଫଳରେ ସେମାନେ ମଦ୍ୟ ଉଚା ଦରରେ ବିକ୍ରୀ କରୁଛନ୍ତି । ଚଳିତ ବର୍ଷ ଅଦିନିଆ ବର୍ଷ ଯୋଗୁଁ ଫସଲ ନଷ୍ଟ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *