ଶୀତ ଦିନେ ଧନିଆ ପତ୍ରର ଉପକାରିତା…

ଶୀତ ଦିନେ ଧନିଆ ପତ୍ରର ଉପକାରିତା…

କଣ ଆପଣ ଧନିଆ ପତ୍ର ଖାଇବାକୁ ପସନ୍ଦ କରନ୍ତି ? ଶୀତ ଦିନେ ଏହା ଶରୀର ପାଇଁ କେତେ ପ୍ରଭାବକାରୀ ଆପଣ ଜାଣନ୍ତି ? ଧନିଆ ପତ୍ର ଖାଦ୍ୟର ସ୍ୱାଦ ଏବଂ ଏହାକୁ ସୁନ୍ଦର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହାର ଚଟଣୀ ମଧ୍ୟ ଅନେକଙ୍କ ଫେବରେଟ । କିନ୍ତୁ ଶୀତ ଦିନେ ଏହା ଶରୀର ପାଇଁ ଅଧିକ ପ୍ରଭାବକାରୀ ହୋଇଥାଏା ଶୀତଦିନେ ଶରୀର ଅସୁସ୍ଥ ହେବାର ଅଧିକ ସମ୍ଭାବନା ରହିଥାଏ । ଥଣ୍ଡା, କାଶ ସହିତ ଅଳସୁଆପଣ କାରଣରୁ ପେଟ ଜନିତ ଏବଂ ସ୍କିନ ଜନିତ ଅନେକ ସମସ୍ୟା ଦେଖାଦିଏ । ଯାହାର ସମାଧାନ ଧନିଆ ପତ୍ର କରିପାରିବ ।

ତେବେ ଧନିଆପତ୍ରରେ ଭିଟାମିନ୍ ସିର ମାତ୍ରା ଅଧିକ ରହିଥାଏ । ଯାହା ଶରୀର ପାଇଁ ଏବଂ ସ୍କିନ ପାଇଁ ଲାଭଦାୟକ ହୋଇଥାଏ । ଏହାବ୍ୟତୀତ ଧନିଆ ପତ୍ରରେ ଭିଟାମିନ୍ ଏ ଏବଂ କେ ମଧ୍ୟ ଭରପୁର ରହିଥାଏ । ଏଥିରେ ଆଣ୍ଟି ଅକ୍ସିଡାଣ୍ଟ, ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ରହିଥାଏ । ଏହାକୁ ଗ୍ରହଣ କରିବା ଦ୍ୱାରା ବ୍ଲଡ ପ୍ରେସର ଏବଂ ବ୍ଲଡ ସୁଗାର ନିୟନ୍ତ୍ରଣରେ ରହିଥାଏ । ଇମ୍ୟୁନିଟି ସିଷ୍ଟମ ଉନ୍ନତ ହୋଇଥାଏା

ଏହା ସହିତ ଏହା ପାଚନ କ୍ରିୟାକୁ ମଧ୍ୟ ଉନ୍ନତ କରିବାରେ ଏବଂ ପେଟ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ । ଯଦି ଆପଣ ପେଟ ଫୁଲିବା, ଗ୍ୟାସ୍ କିମ୍ବା ଏସିଡିଟିରେ ପୀଡିତ, ତେବେ ନିୟମିତ ଧନିଆ ବ୍ୟବହାର ବହୁତ ଲାଭଦାୟକ ପ୍ରମାଣିତ ହୁଏ । ଧନିଆ କେବଳ ହଜମ ପାଇଁ ଲାଭଦାୟକ ନୁହେଁ, ଏହା ଗଳା ଏବଂ କାଶରୁ ମୁକ୍ତି ଦେବାରେ ମଧ୍ୟ ସାହାଯ୍ୟ କରେ । ଶରୀରକୁ ଡିଟକ୍ସିଫାଏ କରିବା ସହିତ ହାଡ ଗୁଡିକୁ ମଜବୁତ କରିବାରେ ଧନିଆ ପତ୍ର ସାହାଯ୍ୟ କରିଥାଏ । ତେବେ ଧନିଆ ପତ୍ର ବଦଳରେ ଆପଣ ଧନିଆ ପାଉଡର ମଧ୍ୟ ସେବନ କରିପାରିବେ । ଧନିଆ ପାଉଡରକୁ ପାଣିରେ ମିଶାଇ ପିଇବା ଦ୍ୱାରା ମୁଣ୍ଡବିନ୍ଧା ଏବଂ ଗରମଜନିତ ଅସୁବିଧାରୁ ମୁକ୍ତି ମିଳିଥାଏ । ଧନିଆର ବ୍ୟବହାର ଦ୍ବାରା ଆଣ୍ଠୁଗଣ୍ଠି ଏବଂ ଋତୁଶ୍ରାବ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

author

Related Articles

Leave a Reply

Your email address will not be published. Required fields are marked *