ଶୁଟିଂ ସେଟ୍‌ରେ ଆହତ ହେଲେ ସ୍ମୃତି ହାସନ

ସ୍ମୃତି ହାସନ ଅଭିନେତ୍ରୀଙ୍କ ବିଷୟରେ ଏକ ଖବର ସାମ୍ନାକୁ ଆସିଛି। ଶୁଟିଂ ସମୟରେ ଅଭିନେତ୍ରୀ ଆହତ ହୋଇଛନ୍ତି। ଯାହାର ଏକ ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଫଟୋରେ ଆଣ୍ଠୁରେ ଦାଗ ହୋଇଥିବାର ଦେଖାଯାଉଛି। ଫଟୋ ଶେୟାର କରି ଅଭିନେତ୍ରୀ ଲେଖିଛନ୍ତି, ଗୁଡ୍‌ ଡେ ଆଟ୍‌ ଓ୍ବାର୍କ। ଫଟୋ ଦେଖିବା ପରେ ଅଭିନେତ୍ରୀଙ୍କ ପ୍ରଶଂସକମାନେ ଶୀଘ୍ର ଭଲ ହୋଇଯିବାକୁ ପ୍ରାର୍ଥନା କରୁଛନ୍ତି। ଅଭିନେତ୍ରୀ ସ୍ମୃତି ହାସନ ସୁପରଷ୍ଟାର ପ୍ରଭାସଙ୍କ ସହ ଫିଲ୍ମ ‘ସାଲାର’ରେ ନଜର ଆସିବେ। ଏହି ଫିଲ୍ମକୁ କେଜିଏଫ୍‌ ନିର୍ଦ୍ଦେଶକ ପ୍ରଶାନ୍ତ ନିଲ ନିର୍ଦ୍ଦେଶନା ଦେଇଛନ୍ତି। ସେପ୍ଟେମ୍ବରରେ ଫିଲ୍ମଟି ମୁକ୍ତିଲାଭ କରିବ।

author

Related Articles

Leave a Reply

Your email address will not be published. Required fields are marked *