ଶେଷଥର ପାଇଁ ନିର୍ବାଚନ ଲଢିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ !

ଶେଷଥର ପାଇଁ ନିର୍ବାଚନ ଲଢିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ !

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସଙ୍କୁ ନେଇ ବଢୁଛି ଚର୍ଚ୍ଚା । ୨୦୦୯ରେ ଶେଷ ଥର ପାଇଁ ସେ କଂଗ୍ରେସ ଟିକେଟରେ କଳାହାଣ୍ଡି ଆସନରୁ ଜିତିଥିଲେ ଭକ୍ତ ଦାସ । କଳାହାଣ୍ଡି ଭବାନୀପାଟଣାରେ ଆୟୋଜିତ ଏକ ସଭାରେ  ଜୀବନର ଶେଷ ନିର୍ବାଚନ ଲଢିବା ନେଇ କିଛି ବକ୍ତବ୍ୟ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ଏଥର କ୍ଷମତାକୁ ଆସିଲେ ନିଜ ଅଞ୍ଚଳ ପାଇଁ କିଛି କରିପାରିବେ । ଚର୍ଚ୍ଚା ହେଉଛି ଭକ୍ତ ଦାସ ଏଥର ନର୍ଲା ବିଧାନସଭା ଉପରେ ଫୋକସ୍ କରିଛନ୍ତି । କଳାହାଣ୍ଡି ଲୋକସଭା ନୁହେଁ ନର୍ଲା ବିଧାନସଭା ଆସନକୁ ଫୋକସ୍ ଚର୍ଚ୍ଚା ପରେ ରାଜନୈତିକ ଚର୍ଚ୍ଚା ସରଗରମ ହୋଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ୮ଟି ରାଜ୍ୟର କଂଗ୍ରେସ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଭକ୍ତ ଦାସ କହିଛନ୍ତି, ସୁନାବେଡ଼ା ଅଭୟାରଣ୍ୟ ଅଂଚଳର ବିକାଶ ପାଇଁ ୨୭୨ କୋଟି ଟଙ୍କା କଂଗ୍ରେସ ଅମଳରେ ଦିଆଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ନୂଆପଡ଼ା, ଖଡ଼ିଆଳ, ଭବାନୀପାଟଣା ଓ ଧର୍ମଗଡ଼ରେ ୪ଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯାଇଛି ବୋଲି କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *