ଶେଷରେ ପାଲେଷ୍ଟାଇନ ବିବାଦରେ ବଳିପଡିଲା ଛୋଟ ଶିଶୁ

ଶେଷରେ ପାଲେଷ୍ଟାଇନ ବିବାଦରେ ବଳିପଡିଲା ଛୋଟ ଶିଶୁ

ପାଲେଷ୍ଚାଇନ ଓ ଇସ୍ରାଏଲକୁ ନେଇ ଦେଖାଦେଇଥିବା ବିବାଦ ଥମୁନାହିଁ । କେବଳ ପାଲେଷ୍ଟାଇନ ଓ ଇସ୍ରାଏଲ ନୁହେଁ ବିଭିନ୍ନ ଦେଶରେ ମଧ୍ୟ ଏହାର ପରିଣାମ ଦେଖିବାକୁ ମିଳୁଛି । ପୂର୍ବରୁ ଜଣେ ଇସ୍ରାଏଲୀ ଯୁବତୀଙ୍କ ବୟଫ୍ରେଣ୍ଡଙ୍କୁ ଘର ମାଲିକ ଘରୁ ତଡିଦେଇଥିବାବେଳେ ଏବେ ଏହି ଯୁଦ୍ଧର ପରିଣାମ ୬ ବର୍ଷର ପୁଅ କ୍ଷେତ୍ରରେ ଦେଖିବାକୁ ମିଳିଛି । ୭୧ ବର୍ଷିୟ ଘର ମାଲିକ ଜୋସେଫ୍ ଚୁବା ଜଣେ ୩୨ ବର୍ଷୀୟ ମହିଳା ଓ ଜଣେ ୬ ବର୍ଷିୟ ବାଳକକୁ ବହୁବାର ଛୁରି ମାରିଥିଲେ।  ଆମେରିକାର ଚିକାଗୋ ସହରରେ ୬ ବର୍ଷିୟ ମୁସଲ୍‌ମାନ୍‌ ବାଳକକୁ ୨୬ ଥର ଛୁରି ଭୁସି ହତ୍ୟା କରିଥିବା ଜଣେ ଆମେରିକୀୟ ଘର ମାଲିକଙ୍କୁ ରବିବାର ଦିନ ନରହତ୍ୟା ଓ ବର୍ଣ୍ଣବିଦ୍ୱେଷ ଅପରାଧରେ ଅଭିଯୁକ୍ତ କରାଯାଇଛି। ଧାରୁଆ ଛୁରିର ଶିକାର ହୋଇଥିବା ପୁଅଟି ହସ୍ପିଟାଲରେ ମୃତ୍ୟୁବରଣ କରିଥିବାବେଳେ ପୁଅର ମାଆ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *