ଶେଷ ଲଢେଇରେ କିଏ ମାରିବ ବାଜି ?

ଶେଷ ଲଢେଇରେ କିଏ ମାରିବ ବାଜି ?

ଏଥର କାହା ଖାତାକୁ ଯିବ ସମ୍ବଲପୁର ଲୋକସଭା ଆସନ । ବିଜେଡି ନା ବିଜେପି କିଏ ଗଢିବ ସରକାର । ଏ ପ୍ରଶ୍ନ ନିର୍ବାଚନ ବିଗୁଲ ବାଜିବା ଦିନଠାରୁ ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଉ ଆଜି ଏହି ଲୋକସଭା ଆସନରେ ଭୋଟ ଦେଉଛନ୍ତି ଭୋଟର । ତେବେ ଏ ଆସନରେ ରାଜ୍ୟର ଦୁଇ ହେଭିୱେଟ ନେତା ପ୍ରଣବ ପ୍ରକାଶ ଦାସ ଏବଂ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ଏମାନଙ୍କ ଭାଗ୍ୟ ଆଜି ଇଭିଏମ ମେସିନରେ ସିଲ୍ ହେବାକୁ ଯାଉଛି । ଚଳିତ ଥର ଏହି ଦୁଇ ନେତାଙ୍କ ପାଇଁ ଏହା ହେଉଛି ସମ୍ମାନର କଥା । କାରଣ ଏହି ଆସନରେ କୌଣସି ଦଳ ସ୍ଥିର ଭାବରେ ଶାସନ ଚଳାଇନି । କେବେ କଂଗ୍ରେସ ତ କେବେ ବିଜେଡି ତ ଆଉ କେବେ ବିଜେପି ଏଠାରେ ବିଜୟ ମୁକୁଟ ପିନ୍ଧିଛନ୍ତି । ଆଉ ଚଳିତ ଥର ସମୀକରଣ କଣ ହେବେ ସେନେଇ କିଛି ବି ଆକଳନ କରିବା ସମ୍ବବପର ହେଉନି । ତେବେ ସମ୍ବଲପୁରରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ବେଶ୍ ଜଣାଶୁଣା ଚେହେରା ହୋଇଥିବା ବେଳେ ଚଳିତ ଥର ପ୍ରଥମ କରି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ସମ୍ବଲପୁରରୁ ପ୍ରାର୍ଥୀ ହୋଇଛନ୍ତି । ନିଜ ଗଡ ଯାଜପୁର ବଦଳରେ ଧର୍ମେନ୍ଦ୍ରଙ୍କ ବାଟ ଓଗାଳିବା ପାଇଁ ସେ ଏଠାରୁ ପ୍ରାର୍ଥୀ ହୋଇଛନ୍ତି । ତେବେ ଉଭୟ ନେତାଙ୍କ ରାଜନୀତିରେ ଦବଦବା ରହିଆସିଥିବା ବେଳେ ଏଠାରେ ଏଥର ସ୍ଥିତି କଣ ରହିବ କିଏ ଜିତିବ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି । ଆଜି ଏମାନଙ୍କ ଭାଗ୍ୟ ସମ୍ବଲପୁରବାସୀଙ୍କ ହାତରେ ଥିବାରୁ ଦେଖାଯାଉ କିଏ ନିଜ ସମ୍ମାନ ରଖିପାରୁଛି ଏବଂ କିଏ ଏଠାରେ ପରାଜୟର ମୁହଁ ଦେଖୁଛି ତାହା ଦେଖିବାକୁ ଜୁନ ୪ ତାରିଖକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *