ଶେଷ ସପ୍ତାହରେ ହାଇଭୋଲଟେଜ୍ ପ୍ରଚାର

ଶେଷ ସପ୍ତାହରେ ହାଇଭୋଲଟେଜ୍ ପ୍ରଚାର

ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ପ୍ରଚାରର ତାତି । ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଏବେ ଆହୁରି ଜୋରଦାର ହେବ ପ୍ରଚାର । ଏପ୍ରିଲ ଶେଷ ସପ୍ତାହରେ ଓଡିଶାରେ ହେବ ହାଇଭୋଲଟେଜ କ୍ୟାମ୍ପେନିଂ । ୩ ଦଳର ଶୀର୍ଷ ନେତୃତ୍ୱ ଓହ୍ଲାଇବେ ନିର୍ବାଚନୀ ରଣକ୍ଷେତ୍ରକୁ । ଆସନ୍ତାକାଲିଠାରୁ ଦକ୍ଷିଣ ଓଡିଶାରୁ ପ୍ରଚାରର ମଙ୍ଗ ଧରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିବେ । ଖୋଲାବସରେ ବୁଲି ବୁଲି ପ୍ରଚାର କରିବେ ନବୀନ । ୨୫ ତାରିଖରେ ରାୟଗଡା ଏବଂ ଗୁଣୁପୁରରେ ବି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ପଶ୍ଚିମ ଓଡିଶାରୁ ଏକ ଜନସଭାକୁ ସମ୍ବୋଧିତ କରି ୨୫ ତାରିଖ ଅପରାହ୍ଣରୁ ଓଡିଶାରେ ବିଜେପିର ନିର୍ବାଚନୀ ବିଗୁଲ ବଜାଇବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ସୋନପୁରରୁ ଆରମ୍ଭ କରିବେ ହାଇଭୋଲଟେଜ୍ କ୍ୟାମ୍ପେନିଂ । ଏହା ପରେ ଭୁବନେଶ୍ୱରରେ ମଧ୍ୟ ଦଳୀୟ କର୍ମୀଙ୍କ ସହ ବୈଠକ କରିବେ ବୋଲି ସୂଚନା ମିଳିଛି । ଶାହାଙ୍କ ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓଡିଶାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପଟେ ଉପକୂଳ ଓଡିଶାରୁ ୨୮ ତାରିଖରୁ ଦଳୀୟ କର୍ମୀଙ୍କୁ ସପୋର୍ଟ କରିବା ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ପରେ ପରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ପ୍ରିୟଙ୍କା ଗାନ୍ଧୀ, ପ୍ରଚାରରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ଏପରିକି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡୀ ମଧ୍ୟ ଓଡିଶା ଆସି କଂଗ୍ରେସ ପାଇଁ ପ୍ରଚାର କରିବେ ବୋଲି ରାଜ୍ୟ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି । ତେବେ ୩ ଦଳର ପ୍ରମୁଖ ନେତା ନିର୍ବାଚନୀ ରଣାଙ୍ଗନୀକୁ ଓହ୍ଲାଉଥିବା ବେଳେ କାହାର ପ୍ରଚାର କେତେ ସଫଳ ହେଉଛି ଏବଂ କିଏ ଭୋଟରଙ୍କୁ ଅଧିକ ଆକୃଷ୍ଟ କରୁଛି ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *