ଶ୍ରମିକଙ୍କୁ ଉଦ୍ଧାର ପାଇଁ‘ମହାମିଶନ୍’

ଶ୍ରମିକଙ୍କୁ ଉଦ୍ଧାର ପାଇଁ‘ମହାମିଶନ୍’

ଉତ୍ତରକାଶୀର ସୁଡଙ୍ଗ ଭିତରେ ଫଶିଥିବା ୪୧ ଜଣ ଶ୍ରମିକଙ୍କୁ ବଞ୍ଚାଇବାକୁ ଅଷ୍ଟମ ଦିନରେ ଆରମ୍ଭ ହୋଇଛି ମହାମିଶନ୍ । ଓିଲକ୍ୱାରାଠୁ ଡାଡାଗାଓଁ ପର‌୍ୟ୍ୟନ୍ତ ୪,୫ କିଲୋମିଟର ସୁଡଙ୍ଗରେ ଫଶିରହିଥିବା ଶ୍ରମିକଙ୍କ ପାଖକୁ ଖାଦ୍ୟ ପଠାଯାଉଛି । ଶନିବାର ରାତିରୁ ମଲଟିଡାଇମେନସନାଲ ଆପ୍ରୋଚ୍ ମାଧ୍ୟମରେ ବହୁସଂଖ୍ୟାରେ ୱାର୍କ ଫୋର୍ସକୁ ମୁତୟନ କରାଯାଇଛି । ସୀମା ସଡକ ସଙ୍ଗଠନ ( ବିଆରଓ) ପକ୍ଷରୁ ଶହଶହ ସଂଖ୍ୟାରେ ଶ୍ରମିକଙ୍କୁ ଉଦ୍ଧାର କାର‌୍ୟ୍ୟ ପାଇଁ ଟନେଲ ପାହାଡକୁ ପଠାଯାଇଛି ।ଏହା ପୂର୍ବରୁ ବଡ ବଡ ମେସିନ ସାହାଯ୍ୟରେ ପାହାଡକୁ କାଟି ରାସ୍ତା ପ୍ରସ୍ତୁତ କରାଯାଉଛି ଯେଉଁପଟ ଦେଇ ଭର୍ଟିକାଲ ଡିଲିଙ୍ଗ କରି ସୁଡଙ୍ଗ ଭିତରକୁ ଯାଇହେବ । ସୁଡଙ୍ଗ ମୁହଁରେ ସେଫ୍ଟି ବ୍ଲକ ଲଗାଇ କାମ କରୁଥିବା ଶ୍ରମିକଙ୍କ ପାଇ ଏମରଜେନ୍ସି ରୁଟ ମଧ୍ୟ ନିର୍ମାଣ କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *