ଶ୍ରୀକୃଷ୍ଣ ଜନ୍ମଭୂମି ଜମି ବିବାଦ ମାମଲା; ମୁସଲିମ ପକ୍ଷ ଆବେଦନକୁ ଖାରଜ କଲେ ସୁପ୍ରମିକୋର୍ଟ

ଶ୍ରୀକୃଷ୍ଣ ଜନ୍ମଭୂମି ଜମି ବିବାଦ ମାମଲା; ମୁସଲିମ ପକ୍ଷ ଆବେଦନକୁ ଖାରଜ କଲେ ସୁପ୍ରମିକୋର୍ଟ

ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ଜମି ବିବାଦ ଉପରେ ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ। ଶ୍ରୀକୃଷ୍ଣ ଜନ୍ମଭୂମି ଜମିରେ ଥିବା ମସଜିଦ ସର୍ଭେ ଅନୁମତିକୁ ସ୍ଥଗିତ ରଖିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୁସଲିମ ପକ୍ଷ, ଯାହାକୁ ସର୍ବୋଚ୍ଚ ଅଦାଲତ ଖାରଜ କରି ଦେଇଛନ୍ତି।
ଉତ୍ତର ପ୍ରଦେଶ ମଥୁରା ସ୍ଥିତ କୃଷ୍ଣ ଜନ୍ମଭୂମିକୁ ନେଇ ବହୁଦିନ ଧରି ବିବାଦ ଲାଗି ରହିଛି। ମୋଗଲ ରାଜା ଔରଙ୍ଗଜେବଙ୍କ ଶାସନ କାଳରେ ଭଗବାନ କୃଷ୍ଣଙ୍କ ଜନ୍ମଭୂମିର ୧୩.୩୭ ଏକର ଜମିରେ ଏକ ମନ୍ଦିର ଭାଙ୍ଗି ଶାହି ଇଦଗାହ ମସଜିଦ ନିର୍ମାଣ କରାଯାଇଥିବା ହିନ୍ଦୁ ପକ୍ଷ ଅଭିଯୋଗ କରି ଆସୁଛନ୍ତି। ଏହି ମସଜିଦକୁ ହଟାଇବା ପାଇଁ ମଧ୍ୟ ନ୍ୟାୟିକ ସ୍ତରରେ ବିଭିନ୍ନ ଦାବି ହୋଇଛି। କିନ୍ତୁ ମୁସଲିମ ପକ୍ଷ ଏହାକୁ ବିରୋଧ କରିବାରୁ ଜମି ବିବାଦ ଅଦାଲତରେ ପହଞ୍ଚିଛି।


ଗତକାଲି ଏ ଉପରେ ଏକ ବିଚାର କରି ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଆହ୍ଲାବାଦ ହାଇକୋର୍ଟ ମସଜିଦର ସର୍ଭେକୁ ଅନୁମତି ଦେଇଥିଲେ। ତିନି ଜଣିଆ ଖଣ୍ଡପୀଠ ଏହି ଅନୁମତି ଦେବା ପରେ ମୁସଲିମ ପକ୍ଷ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ରାୟକୁ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ମୁସଲିମ ପକ୍ଷ। ସୁପ୍ରିମକୋର୍ଟ ଆଜି ଆହ୍ଲାବାଦ ହାଇକୋର୍ଟଙ୍କ ଅନୁମତିକୁ କାଏମ ରଖିବା ସହ ମୁସଲିମ ପକ୍ଷ ଆବେଦନକୁ ଖାରଜ କରି ଦେଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *