ଶ୍ରୀକ୍ଷେତ୍ର ଧାମରେ ଅନନ୍ତ ଅମ୍ୱାନୀ

ଶ୍ରୀକ୍ଷେତ୍ର ଧାମରେ ଅନନ୍ତ ଅମ୍ୱାନୀ

ଶ୍ରୀକ୍ଷେତ୍ର ଧାମରେ ଅନନ୍ତ ଅମ୍ୱାନୀ । ବିଶିଷ୍ଟ ଶିଳ୍ପପତି ତଥା ଭାରତର ଧନୀ ବ୍ୟକ୍ତି ମୁକେଶ ଅମ୍ୱାନୀଙ୍କ ସାନ ପୁଅ ଅନନ୍ତ ଅମ୍ୱାନୀ ପୁରୀ ଧାମରେ ପହଞ୍ଚିଛନ୍ତି । ବିମାନ ବନ୍ଦରରୁ ଜେଡ ପ୍ଲସ ସୁରକ୍ଷା ବଳୟରେ ପୁରୀରେ ପହଞ୍ଚି ସେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେ ୨ କୋଟି ୫୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ରାତି ପ୍ରାୟ ସାଢ଼େ ୧୦ଟାରେ ପୁରୀରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ଭିତରେ ଚତୁର୍ଦ୍ଧାମୂର୍ତ୍ତି ସେ ଦର୍ଶନ କରିଛନ୍ତି । ମା’ ବିମଳା ଓ ଅନ୍ୟ ପାଶ୍ୱର୍ଦେବାଦେବୀଙ୍କ ମଧ୍ୟ ଦର୍ଶନ କରିଛନ୍ତି ଅନନ୍ତ । ଗତବର୍ଷ ମଧ୍ୟ ଅନନ୍ତ ପୁରୀ ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ । ନିକଟରେ ଗୁଜରାଟର ଜାମନଗରରେ ଅନନ୍ତ ଅମ୍ବାନୀଙ୍କ ପ୍ରି-ୱେଡିଂ ସେରିମନି ହୋଇଥିଲା । ତେବେ ଜୁଲାଇ ୧୨ ତାରିଖରେ ଅନନ୍ତ ରାଧିକା ମର୍ଚ୍ଚାଣ୍ଟଙ୍କ ସହ ବିବାହ ହେବ । ଏହା ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ କରିବାକୁ ସେ ପୁରୀ ଆସିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *