ଶ୍ରୀଜିଉଙ୍କ ଦର୍ଶନ ପାଇଁ ବଡଦାଣ୍ଡରେ ଭକ୍ତଙ୍କ ସମାଗମ

ଶ୍ରୀଜିଉଙ୍କ ଦର୍ଶନ ପାଇଁ ବଡଦାଣ୍ଡରେ ଭକ୍ତଙ୍କ ସମାଗମ

ଧରାପୃଷ୍ଠରେ ଅବତରଣ କରିଛନ୍ତି ମାଆ ଦୁର୍ଗା । ଚାରିଆଡେ ଚାଲିଛି ମହିଷାମର୍ଦ୍ଦିନୀ ମାଆ ଦୁର୍ଗାଙ୍କ ପୂଜା । ଆଜି ପୀଠରେ ମାଆଙ୍କ ଦଶମୀ ପୂଜା ଅଟେ । ପାର୍ବଣ ଲାଗି ପୁରୀରେ ପ୍ରବଳ ଭିଡ଼ ଲାଗିଛି ।ବଡ଼ ଦାଣ୍ଡରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ପୀଠେ ଦଶମୀ ହେତୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ନବମୀ ଓ ଦଶମୀ ପ୍ରାୟ ଅନେକ କର୍ମଚାରୀଙ୍କ ଛୁଟି ଥିବା ବେଳେ ଶ୍ରୀଜିଉଙ୍କ ଦର୍ଶନ କରିବାକୁ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗିଛି । ବ୍ୟାରିକେଟ୍ ବାହାରେ ମଧ୍ୟ  ଶ୍ରୀଜୀଉଙ୍କ ଦର୍ଶନ ପାଉଁ ବଡ଼ ଦାଣ୍ଡରେ ଛିଡ଼ା ହୋଇଛନ୍ତି ଶହ ଶହ ଭକ୍ତ । ଖାଲି ପାଦରେ ଖରାରେ ଛିଡ଼ା ହୋଇ ରହିଥିଲେ ଭକ୍ତଗଣ । ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *