ଶ୍ରୀମନ୍ଦିରରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିମନ୍ତେ ନିମନ୍ତ୍ରଣ ପତ୍ର

ଜାନୁୟାରୀ 17ରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ସେଥିପାଇଁ ଜୋରଦାର ଚାଲିଛି ପ୍ରସ୍ତୁତି । ଗତକାଲି ପ୍ରଥମେ ଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କୁ ନିମନ୍ତ୍ରଣ କରାଯିବ । ନିମନ୍ତ୍ରଣ ପତ୍ର ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ପରିଚାଳନା କମିଟିର ୩ଜଣ ସଦସ୍ୟ ବାହାରିଛନ୍ତି । ଜଗତଗୁରୁ ଶଙ୍କରାଚାର୍ଯ୍ୟ ଉଜ୍ଜୟୀନିରେ ଥିବାରୁ ସେଠାରେ ତାଙ୍କୁ ନିମନ୍ତ୍ରଣ କରିବାକୁ ଏକ ଟିମ୍ ଆଜି ମଧ୍ୟପ୍ରଦେଶ ଯାତ୍ରା ଆରମ୍ଭ କରିବେ । ସେଠାରେ ଜଗତଗୁରୁଙ୍କ ସହ ବିସ୍ତୁତ ଭାବରେ ପରିକ୍ରମା ପ୍ରକଳ୍ପର ଯଜ୍ଞ ଓ ହୋମ ଆଦି ବିଧିବିଧାନ ସମ୍ପର୍କର ଆଲୋଚନା କରାଯିବ । ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ସହ ଉଜ୍ଜୟିନୀ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ ପତ୍ର ଦେବେ ।

author

Related Articles

Leave a Reply

Your email address will not be published. Required fields are marked *