ଶ୍ରୀମନ୍ଦିରରେ କାହିଁକି ବାଜୁନି ଶଙ୍ଖ ?

ଶ୍ରୀମନ୍ଦିରରେ କାହିଁକି ବାଜୁନି ଶଙ୍ଖ ?

ଶ୍ରୀମନ୍ଦିରରେ କାହିଁକି ବାଜୁନି ଶଙ୍ଖ । ଏପ୍ରଶ୍ନ ପ୍ରାୟ ସମସ୍ତଙ୍କ ମନରେ ଉଙ୍କି ମାରେ । ଶଙ୍ଖ ଭଳି ପବିତ୍ର ବସ୍ତୁ ପ୍ରତ୍ୟେକ ହିନ୍ଦୁ ଘରେ ସ୍ଥାନ ପାଇଥାଏ । ଦେବାଦେବୀଗଣ ଶଙ୍ଖ ଧ୍ୱନିରେ ସନ୍ତୁଷ୍ଟ ହୋଇଥାନ୍ତି । ଏତେ ସବୁ ପବିତ୍ର ଗୁଣ ରହିଥିଲେ ମଧ୍ୟ ଶ୍ରୀମନ୍ଦିରରେ ଶଙ୍ଖ କାହିଁକି ବାଜୁନାହିଁ ତାକୁ ନେଇ ସମସ୍ତଙ୍କ ଚିନ୍ତାରେ । ଏହାକୁ ନେଇ ଅନେକ ମତାମତ ରହିଛି । ଶ୍ରୀମନ୍ଦିରକୁ ଶଙ୍ଖକ୍ଷେତ୍ର କୁହାଯାଉଥିବାରୁ ଏଠାରେ ଶଙ୍ଖ ବାଜୁନାହିଁ । ଏହା ସହ ଶଙ୍ଖୁଆ ବଂଶ ଲୋପ ପାଇଯାଉଥିବାରୁ ଶ୍ରୀମନ୍ଦିରରେ ଏହି ସେବାକୁ ବନ୍ଦ କରାଯାଇଥିବା ଅନେକ ମତ ପ୍ରକାଶ କରିଥାନ୍ତି । ତେବେ ଶ୍ରୀମନ୍ଦିରର ସୌନ୍ଦଯ୍ୟକରଣ ପାଇଁ ସରକାର ନୂତନ ପଦକ୍ଷେପ ନେଉଥିବା ବେଳେ ଏହି ବ୍ୟବସ୍ଥା କାହିଁକିି କରୁନାହାନ୍ତି ତାକୁ ନେଇ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ମନ୍ଦିରର ବାହ୍ୟ ସୌନ୍ଦଯ୍ୟକରଣ ସହ ସରକାର ଆନ୍ତ ସୌନ୍ଦଯ୍ୟକରଣ ପ୍ରତି ଦୃଷ୍ଟି ଦେଇ ଶ୍ରୀମନ୍ଦିରରେ ଶଙ୍ଖ ବାଜିବାର ବ୍ୟବସ୍ଥା କରନ୍ତୁ ବୋଲି ଦାବି ଉଠୁଛି ।

author

Related Articles

Leave a Reply

Your email address will not be published. Required fields are marked *