ଶ୍ରୀମନ୍ଦିରରେ ହେବ ବୋମା ମାଡ଼…

ଶ୍ରୀମନ୍ଦିରରେ ହେବ ବୋମା ମାଡ଼…

ଶ୍ରୀମନ୍ଦିରରେ ହେବ ବୋମା ମାଡ଼ । ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ଫେସବୁକରେ ଏପରି ଏକ ପୋଷ୍ଟ ଏବେ ହଇଚଇ ସୃଷ୍ଟି କରିଛି । ଜୁଲି ରାଣୀ ପଣ୍ଡା ନାମକ ଏକ ଫେସବୁକ ଆଇଡିରେ ଶ୍ରୀମନ୍ଦିର ସମେତ ପୁରୀ ଗ୍ରାଣ୍ଡ ସେଣ୍ଟର ଓ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଧମକପୂର୍ଣ୍ଣ ମେସେଜ୍ ଦିଆଯାଇଛି । ଏପରିକି ଖୁବଶୀଘ୍ର ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳିମାଡ ହେବ ବୋଲି ଧମକ ଦିଆଯାଇଛି । ତେବେ ଏହି ପୋଷ୍ଟ ଭାଇରାଲ ହେବା ପରେ ଚାରିଆଡେ ହଇଚଇ ସୃଶ୍ଟି ହୋଇଛି ।
ତେବେ କିଏ ଜୁଲି ରାଣୀ ପଣ୍ଡା, ଏବଂ ସେ କାହିଁକି ଏପରି ପୋଷ୍ଟ କରିଛନ୍ତି, ଏହା ପଛରେ ଉଦ୍ଦେଶ୍ୟ କଣ ନା ଫେକ ଆକାଉଣ୍ଟ ଜରିଆରେ ଏପରି ମେସେଜ ସ୍ପେରଡ କରାଯାଇ ଭୟ ସୃଷ୍ଟି କରାଯାଉଛି ତାକୁ ନେଇ ପ୍ରକଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏହି ମାମଲାରେ ପୋଲିସ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି । ଅନ୍ୟପଟେ ପୂର୍ବରୁ ଶ୍ରୀମନ୍ଦିରକୁ ଆତଙ୍କବାଦୀଙ୍କ ଆକ୍ରମଣର ଭୟ ଥିବା ଗୁଇନ୍ଦା ବିଭାଗ ତରଫରୁ ସ୍ପଷ୍ଟ ହୋଇଥିବା ବେଳେ, ଏହି ଧମକପୂର୍ଣ୍ଣ ମେସେଜକୁ ନେଇ ସାଧାରଣରେ ଭୟର ବାତାବରଣ ଦେଖାଦେଇଛି ।

administrator

Related Articles

Leave a Reply

Your email address will not be published. Required fields are marked *