ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ କଂଗ୍ରେସର ସତ୍ୟାଗ୍ରହ

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ କଂଗ୍ରେସର ସତ୍ୟାଗ୍ରହ

ପିସିସିସଭାପଡି ଶରତ ପଟ୍ଟନାୟକଙ୍କ ବଡ ବୟାନ । ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବିରେ ସତ୍ୟାଗ୍ରହ କରିବ କଂଗ୍ରେସ । କାର୍ତ୍ତିକ ମାସ ପୂର୍ବରୁ ଚାରିଦ୍ୱାର ଖୋଲିବାକୁ ଦାବି । ଦ୍ୱାରା ନଖୋଲିଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି ରାଜ୍ୟ କଂଗ୍ରେସ । ନଭେମ୍ବର୯ରେ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରରେ ସତ୍ୟାଗ୍ରହ କରିବ କଂଗ୍ରେସ । । କଂଗ୍ରେସ କରିବ ସଂକୀର୍ତନ ସତ୍ୟାଗ୍ରହ । ଆସନ୍ତା ନଭେମ୍ବର ୯ ତାରିଖ ସକାଳ ୯ଟାରୁ ଦିନ ୧୨ଟା ଯାଏଁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ସାମ୍ନାରେ ଦୀପ ଜାଳିବା ସହ ଘଂଟ ଘଂଟା ବଜାଇ ଆନ୍ଦୋଳନ କରିବ ଦଳ । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଦାବିରେ କଂଗ୍ରେସ ପକ୍ଷରୁ ଏପରି ପ୍ରତିବାଦ କରାଯିବ ।
ଗତ ୧୬ ତାରିଖ ଦିନ କଂଗ୍ରେସ ପକ୍ଷରୁ ପୁରୀରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା, ରତ୍ନ ଭଣ୍ଡାର ମରାମତି ଆଦି ଦାବିରେ ଆନ୍ଦୋଳନ କରାଯାଇଥିଲା । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଦାବି ପତ୍ର ଦେଇଥିଲେ । ୨୮ ତାରିଖ ଭିତରେ ଏନେଇ ପଦକ୍ଷେପ ନେବାକୁ କଂଗ୍ରେସ ପକ୍ଷରୁ କୁହାଯାଇଥିଲା । ହେଲେ କଂଟ ପୁରିଥିଲେ ମଧ୍ୟ ଦାବି ପୂରଣ ହୋଇନଥିବାରୁ ସଂକୀର୍ତନ ସତ୍ୟାଗ୍ରହ କରିବାକୁ ନିଷ୍ପତି ନେଇଛି ଦଳ ।

author

Related Articles

Leave a Reply

Your email address will not be published. Required fields are marked *