ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପ୍ରସ୍ତୁତି ବୈଠକ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପ୍ରସ୍ତୁତି ବୈଠକ

ଆସନ୍ତା 17ତାରିଖରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ଲୋକାର୍ପଣରେ ଭକ୍ତମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଲାଗି ବୈଠକ ଅନୁଷ୍ଠିତ ହୋଇଛି । ପୁରୀରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଶ୍ରୀଦାଣ୍ଡ, ଶ୍ରୀ ସେତୁ ନିକଟରେ ବିଶ୍ୱସ୍ତରୀୟ ଭେଣ୍ଡିଂ ଜୋନ ସମୀକ୍ଷା କରିଛନ୍ତି । ଏହା ସହ ସମଙ୍ଗରେ ହୋଇଥିବା ପାର୍କିଂ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି । ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିବା ସମସ୍ତ ଗାଡ଼ି ସେଠାରେ ପାର୍କିଂ ହେବ । ସେଠାରେ ହୋଇଥିବା ଯାତ୍ରୀ ବିଶ୍ରାମଗାର, ଶୌଚାଳୟର ବି ସମୀକ୍ଷା କରିଥିଲେ । ସମୀକ୍ଷା ପରେ ଆରମ୍ଭ ହୋଇଥିଲା ବୈଠକ । ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ପୁରୀରେ ହେବ ସୁରକ୍ଷା ବ୍ୟବସ୍ଥା । ପୁରୀକୁ ବ୍ଲାକେଟ୍ ସିକ୍ୟୁରିଟିରେ ରଖାଯିବ । ଭିଭିଆଇପି ଓ ସାଧାରଣ ଭକ୍ତଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ସିସିଟିଭି ବଳୟରେ ରହିବ ପୁରୀ ସହର  । ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

author

Related Articles

Leave a Reply

Your email address will not be published. Required fields are marked *