ଶ୍ରୀମନ୍ଦିର ଭିତରକାଠରେ ରକ୍ତଛିଟା

ଶ୍ରୀମନ୍ଦିର ଭିତରକାଠରେ ରକ୍ତଛିଟା

ଆଜି ମହାପ୍ରଭୁଙ୍କର ମହାସ୍ନାନ ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରରେ ଭିତରକାଠ ନିକଟରେ ରକ୍ତଛିଟା ପଡିବାରୁ ଶ୍ରୀଜିଉଙ୍କର ମହାସ୍ନାନ କରାଯାଇଛି । ମଙ୍ଗଳଆଳତୀ ପୂର୍ବରୁ ମହାସ୍ନାନ କରାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୫ଟା ୨୧ରେ ସିଂହଦ୍ୱାର ଫିଟିବା ପରେ ପ୍ରଥମେ ସେବାୟତ ଘରର ମହିଳାମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ କରିଥିଲେ । କିନ୍ତୁ ଏହି ସମୟରେ ଦଣେ ମହିଳା ଝୁଣ୍ଟି ପଡିଥିଲେ । ଯାହା ଫଳରେ ଭିତରକାଠ ନିକଟ ଧୁକୁଡି ଦ୍ୱାର ନିକଟରେ ସେବାୟତ ମହିଳାଙ୍କ ଆଙ୍ଗୁଠିରୁ ରକ୍ତ ଛିଟା ଲାଗିଥିଲା । ଫଳରେ ମଙ୍ଗଳାଳତୀ ପୂର୍ବରୁ ନୀତି ଅଟକିଥିବା ଜଣାପଡିଛି। ମହାପ୍ରଭୁଙ୍କ ବଡମହାସ୍ନାନ ହେବା ପରେ ନୀତି ଆଗକୁ ବଢିବ ବୋଲି ଜଣାପଡିଛି ।

author

Related Articles

Leave a Reply

Your email address will not be published. Required fields are marked *