ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥରେ ଫାଟ

ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥରେ ଫାଟ

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର କାନ୍ଥରେ ଫାଟ । ରତ୍ନଭଣ୍ଡାରର ଉତ୍ତର ପାଶ୍ୱର୍ରେ ଫାଟ ଥିବା ଲେଜର ସ୍କାନିଂରୁ ଜଣାପଡିଛି ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି । ଏପରିକି ରତ୍ନ ଭଣ୍ଡାରର କାନ୍ଥରେ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଏହାର ମରାମତି କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ଏଏସଆଇ । କାନ୍ଥରେ ଲଗାଯାଇଥିବା ଚୁନ ପଥରରେ କିଛି ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ରତ୍ନ ଭଣ୍ଡାର ଏବଂ ଜଗମୋହନର ମଝି ଭାଗକୁ ଅଧିକ ମଜଭୁତ କରିବାର ଆବଶ୍ୟକତା ରହିଛି । ରତ୍ନ ଭଣ୍ଡାରର ବାହାର ତିନିଟି କାନ୍ଥରେ ପ୍ଲାଷ୍ଟର କରିବା ପରେ ଯଦି କିଛି ବଡ଼ ଫାଟ ଦେଖିବାକୁ ମିଳେ, ତେବେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏଏସଆଇ କହିଛି ।

author

Related Articles

Leave a Reply

Your email address will not be published. Required fields are marked *