ଶ୍ରୀମନ୍ଦିର ରନ୍ନଭଣ୍ଡାର ଭିତରେ ନାହିଁ ଗୁପ୍ତ ସୁଡଙ୍ଗ

ଶ୍ରୀମନ୍ଦିର ରନ୍ନଭଣ୍ଡାର ଭିତରେ ନାହିଁ ଗୁପ୍ତ ସୁଡଙ୍ଗ

ସବୁ ଚର୍ଚ୍ଚାର ହେଲା ଅନ୍ତ . ଶ୍ରୀମନ୍ଦିର ରନ୍ନଭଣ୍ଡାର ଭିତରେ ନାହିଁ ଅଧିକ କୋଠରୀ କି ଗୁପ୍ତ ସୁଡଙ୍ଗ .ନିଜେ ଆଇନମନ୍ତ୍ରୀ ଏହି ସୂଚନା ଦେବା ସହ କାର୍ତିକ ମାସ ପରେ ଫାଟ ମରାମତି ଓ ନୂଆବର୍ଷରୁ ଅଳଙ୍କାର ଗଣତି ମଣତି ହେବ ବୋଲି କହିଛନ୍ତି .ତେବେ ଏହି କଥାକୁ ଏବେ ଲୋକେ ସହଜରେ ଗ୍ରହଣ କରିପାରୁନାହାଁନ୍ତି .କାରଣ ପୂର୍ବରୁ ବହୁ ଲୋକେ ମହାଭପ୍ରଭୁଙ୍କ ଦୁର୍ଲଭ ରତ୍ନଭଣ୍ଡାରକୁ ନେଇ ଅନେକ କାହାଣୀ ଓ ଅନେକ ରହସ୍ୟ ଥିବା କଥା କହିଛନ୍ତି .ଆଉ ଓଡିଶାବାସୀ କେବେ ରତ୍ନଭଣ୍ଡାର ଖୋଲିବ ଆଉ ଏହି ରହସ୍ୟ ଲୋକ ଲୋଚନକୁ ଆସିବା ତାହାକୁ ଅପେକ୍ଷା କରିଥିଲେ . ହେଲେ ବର୍ତମାନ ସେଥିରେ କୋଣସି ପୁଣି ଗୁପ୍ତ କୋଠରୀ କି ସୁଡଙ୍ଗ ନାହିଁ ବୋଲି ଏକଥାକୁ ସହଜରେ ଗ୍ରହଣ କରିପାରୁନାହିଁନ୍ତି ଲୋକେ . ତେବେ ଯଦି ରତ୍ନ ଭଣ୍ଡାର ଭିତରେ ସୁଡଙ୍ଗ ନଥିଲା ପୂର୍ବରୁ ଯେଉଁମାନେ ନିଜ କଥାରେ ଏହାର ଆଲୋଚନା କରିଛନ୍ତି ,ଆଉ ଲୋକମାନେ ଏହାକୁ ସତ ଭାବିଛନ୍ତି ସେମାନେ କଣ ସମସ୍ତଙ୍କୁ ଭୁଲ ମାଗିବେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି .

ତେବେ ରନ୍ନଭଣ୍ଡାର ଭିତରେ ନାହିଁ ଗପ୍ତ ସୁଡଙ୍ଗ . ମହାପ୍ରଭୁଙ୍କ ଅଳଙ୍କାର ଭଣ୍ଡାରରେ ବି ନାହିଁ ଅଧିକ ଗୁପ୍ତ କୋଠରୀ ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାରକୁ ନେଇ ଲାଗି ରହିଥିବା ଦ୍ୱନ୍ଦ ଆଜି ଏକ ପ୍ରକାର ପୂର୍ଣ୍ଣଛେଦ ପକାଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ .ମନ୍ତ୍ରୀ କହିଛନ୍ତି ପ୍ରାଥମିକ ଆଲୋଚନାରୁ ରତ୍ନଭଣ୍ଡାର ଭିତରେ କୌଣସି ସୁଡଙ୍ଗ କି ଗୁପ୍ତ କୋଠରୀ ନଥିବା ଜଣାପଡ଼ିଛି .ଏନେଇ ଏଏସଆଇ ଚୂଡାନ୍ତ ସର୍ଭେ ରିପୋର୍ଟକୁ ଆମେ ଅପେକ୍ଷା କରିଛୁ ବୋଲି କହିଛନ୍ତି ମନ୍ତ୍ରୀ .

author

Related Articles

Leave a Reply

Your email address will not be published. Required fields are marked *