ରାଜ୍ୟରେ ସରଗରମ ରାଜନୈତିକ ମାହୋଲ । ଦିଲ୍ଲୀରେ ଓଡିଶା ପାଇଁ ଚାଲିଥିଲା ଅଙ୍କକଶା ଏବଂ ଶେଷରେ ଘୋଷଣା ହେଲା ବିଜେପିର ଲୋକସଭା ପ୍ରାର୍ଥୀ । କିଛି କିଛି ସ୍ଥାନରେ ନୂଆ ପ୍ରାର୍ଥୀ ଘୋଷଣା କରିଛି ବିଜେପି ତ ଅନ୍ୟ କିଛି ଲୋକସଭା ପାଇଁ ପୁଣି ସେଇ ପୁରୁଣା ପ୍ରାର୍ଥୀଙ୍କ ନାଁକୁ ରିପିଟ କରାଯାଇଛି । ହଁ ଦର୍ଶକବନ୍ଧୁ ଭୁବନେଶ୍ୱର ଲୋକସଭାରୁ ଲଢିବେ ଅପରାଜିତା ଷଡଙ୍ଗୀ । ରାଜଧାନୀକୁ ନେଇ ବହୁ ଚର୍ଚ୍ଚା ଆଲୋଚନା ସମାଲୋଚନା ପରେ ଶେଷରେ ମ୍ୟାଡାମ ଅପରାଜିତାଙ୍କ ନାଁକୁ ଘୋଷଣା କରିଛି ବିଜେପି । ଦ୍ୱିତୀୟ ଥର ପାଇଁ ପୁଣିଥରେ ଭୁବନେଶ୍ୱରରେ ରାଜ କରିବେ ଅପରାଜିତା । ପ୍ରଥମ ଥରରେ ନିର୍ବାଚନ ମଇଦାନକୁ ଓହ୍ଲାଇ ଓଡିଶା ବାସୀଙ୍କ ମନ ଜିତିଥିଲେ । ପୁଣିଥରେ ଓଡିଶା ବାସୀଙ୍କ ମନ ଜିତିବା ପାଇଁ ଦଳ ତାଙ୍କୁ ସୁଯୋଗ ଦେଇଛି । ବିଜେପି ପ୍ରାର୍ଥୀ ଘୋଷଣା କଲା ହେଲେ ଟେନସନରେ ବିଜେଡି ଶିବିର । ଫାଇନାଲ ହୋଇପାରୁନି ବିଜେଡି ନେତାଙ୍କ ଟିକେଟ । ନବୀନ ନିବାସକୁ ଧାଉଁଛନ୍ତି ବିଜେଡିର ବରିଷ୍ଠ ନେତା ବସୁଛି ବୈଠକ ପରେ ବୈଠକ । ହେଲେ କେବେ ଆସିବ ବିଜେଡିର ଫାଇନାଲ ଲିଷ୍ଟ ତାହାର ଅପେକ୍ଷା । ବେଶିକରି ଭୁବନେଶ୍ୱର ଲୋକସଭାକୁ ନେଇ ଗୋଟିଚାଳନା କରିପାରେ ବିଜେଡି । ଅପରାଜିତାଙ୍କ ଭଳି ଜଣେ ଟାଣୁଆ ନେତାଙ୍କୁ କିଏ ଦେବ ଟକ୍କର । ମନ୍ତ୍ରୀ ଅଶୋକ ପଣ୍ଡା ଅନୌପଚାରିକ ଭାବେ ଶ୍ରୀମୟୀ ମିଶ୍ରଙ୍କୁ ଭୁବନେଶ୍ୱର ପ୍ରାର୍ଥୀ ପାଇଁ ଘୋଷଣା କରିଥିଲେ ସୁଦ୍ଧା । ସେ ନେଇ ଏବେ ପର୍ଯ୍ୟନ୍ତ ଦ୍ୱନ୍ଦ ରହିଛି । ଯଦି ବିଜେଡିରୁ ଭୁବନେଶ୍ୱର ଲୋକସଭା ପାଇଁ ଶ୍ରୀମୟୀ ମିଶ୍ର ପ୍ରାର୍ଥୀ ହୁଅନ୍ତି ତେବେ ଶାସକ ଦଳ ଆଗାମୀ ସାଧାରଣ ନିର୍ବାଚନରେ ଧରାଶାୟୀ ହେବ । ମ୍ୟାଡାମ ଅପରାଜିତାଙ୍କୁ ବିଜେଡିର ଟାଣୁଆ ନେତା ହିଁ ଟକ୍କର ଦେଇପାରିବେ । ଆଉ ଯଦି ଶ୍ରୀମୟୀଙ୍କୁ ଦଳ ପ୍ରାର୍ଥୀ କରାଇବ ନିଶ୍ଚିତ ରୂପରେ ହାରିବ । ତେବେ ଆଗକୁ କଣ ହେବ ଭୁବନେଶ୍ୱର ରାଜନୈତିକ ପାଣିପାଗ ତାହା ଦେଖିବାକୁ ବାକି ରହିଲା ।
You can share this post!
author
Related Articles
ଖୋଲିବ ୩ଟି ଓମଫେଡ୍ ପ୍ଲାଣ୍ଟ…
- November 16, 2024
ନବୀନଙ୍କ ବଡ ନିଷ୍ପତ୍ତି; ନଭେମ୍ବର ଶେଷକୁ ହେବ…
- November 16, 2024
କୋବି କିଆରୀରେ ବାଘ
- November 16, 2024