ଶ୍ରୀମୟୀଙ୍କ ପାଇଁ ଅଡୁଆରେ ମନ୍ମଥ !

ଶ୍ରୀମୟୀଙ୍କ ପାଇଁ ଅଡୁଆରେ ମନ୍ମଥ !

ଶ୍ରୀମୟୀଙ୍କ ବଦଳରେ ମନ୍ମଥଙ୍କୁ ଟିକେଟ ଦେଇ ପସ୍ତାଉଛି କି ବିଜେଡି ? ହଠାତ୍ ମନ୍ମଥଙ୍କ ପାଇଁ ଦଳର ସୁପ୍ରିମୋ ଭିଡିଓ ମାଧ୍ୟମରେ ଭୋଟ ଅପିଲ୍ କରିବା ପଛର କଣ ରହିଛି କାରଣ ? ଏଭଳି କିଛି ପ୍ରଶ୍ନ ଏବେ ରାଜ୍ୟ ରାଜନୀତିରେ ଉଙ୍କି ମାରିଛି । ରାଜ୍ୟର ଚର୍ଚ୍ଚିତ ଲୋକସଭା ଆସନ ଭୁବନେଶ୍ୱର ଆସନ ପାଇଁ ବିଜେଡି ଚଳାଇଥିବା ଗୋଟି ଏବେ ବିଜେଡି ଉପରେ ଭାରି ପଡୁଥିବା ଆଲୋଚନା ଚାଲିଛି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବିଜେଡି ନିଜର ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ଭାବେ ଦଳର ଆଗଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ୬ମାସ ବୁଲାଇ ଅଚାନକ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିବା ଏବେ ବିଜେଡିର ମୁଣ୍ଡବ୍ୟଥା ବଢ଼ାଇଛି । କାରଣ ବିଜେଡିରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟଙ୍କୁ ବିଜେପିରୁ ପ୍ରାର୍ଥୀ ହୋଇଥିବା ଅପରାଜିତାଙ୍କ ତୁଳନାରେ ଏତେଟା ସପୋର୍ଟ ମିଳୁନଥିବା କୁହାଯାଉଛି । ଅପରାଜିତାଙ୍କ ତୁଳନାରେ ମନ୍ମଥ ଫିକା ପଡିଯାଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ସାଂସଦ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦଳର ସଭାପତି ଭିଡିଓ ମାଧ୍ୟମରେ ଲୋକଙ୍କୁ ଅପିଲ କରିବା ରାଜ୍ୟ ରାଜନୀତିରେ ଚଳିତଥର ଆରମ୍ଭ ହୋଇଛି । ଅପରାଜିତା ନିଜେ ନିଜ ପାଇଁ ପ୍ରଚାର କରୁଥିବା ବେଳେ ମନ୍ମଥଙ୍କ ପାଇଁ ଦଳର ସୁପ୍ରିମୋ ପ୍ରଚାର କରିବା ସାଧାରଣରେ କନଫ୍ୟୁଜନ ସୃଷ୍ଟି କରିଛି । ଅନ୍ୟପଟେ ଶ୍ରୀମୟୀ ମିଶ୍ରଙ୍କ ଟିକେଟ କଟିବା ପରେ ଏହାର ପ୍ରଭାବ ମଧ୍ୟ ମନ୍ମଥଙ୍କ ଭୋଟବ୍ୟାଙ୍କ ଉପରେ ପ୍ରଭାବ ପକାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର । ଜଣେ ମହିଳାଙ୍କୁ ପ୍ରାର୍ଥୀ ଦର୍ଶାଇ ପରେ ଜଣେ ପୁରୁଷଙ୍କୁ ପ୍ରାର୍ଥୀ କରିବାକୁ ଭୋଟରମାନେ ଗ୍ରହଣ କରିପାରୁନାହାନ୍ତିା ଯେଉଁଥିପାଇଁ ବିଜେଡି ବଦଳରେ ବିଜେପି ପ୍ରାର୍ଥୀ ଅପରାଜିତାଙ୍କ ଭୋଟ ବ୍ୟାଙ୍କ ବଢିବାରେ ଲାଗିଛି । ତେବେ ଶ୍ରୀମୟୀ ନିରାଶ ହେବା ପରେ ଏଯାଏଁ ସେ ଲୋକଲୋଚନକୁ ଆସିନାହାନ୍ତି । ଷ୍ଟାର ପ୍ରଚାରକରେ ରହିଥିବା ବେଳେ ସେ ଖୁବଶୀଘ୍ର ମଇଦାନକୁ ଓହ୍ଲାଇବେ ବୋଲି ମନ୍ମଥ କହିଥିଲେ । କିନ୍ତୁ ତାଙ୍କର ଦେଖାଦର୍ଶନ ମିଳୁନଥିବାରୁ ଶ୍ରୀମୟୀଙ୍କ ପାଇଁ ଏବେ ମନ୍ମଥଙ୍କ ସ୍ଥିତି ଟଳମଳ ହେଉଥିବା ଆଶଙ୍କା ବଢିଲାଣି । ତେବେ ଦେଖାଯାଉ ଦଳର ଜଣେ ଆଗଧାଡିର ନେତ୍ରୀଙ୍କ ଟିକେଟ କାଟିବାର ପରିଣାମ ବିଜେଡିକୁ କେତେ ଭାରି ପଡୁଛି ଏବଂ ଏଥର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର କାହା ହାତକୁ ଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *