ଶ୍ରୀମୟୀଙ୍କ ସହ ନବୀନ କରିଛନ୍ତି ସିକ୍ରେଟ ଡିଲ !

ଶ୍ରୀମୟୀଙ୍କ ସହ ନବୀନ କରିଛନ୍ତି ସିକ୍ରେଟ ଡିଲ !

କେବେ ଶଙ୍ଖ ଭବନକୁ ଫେରିବେ ଶ୍ରୀମୟୀ ମିଶ୍ର । କେବେ ରାଜନୀତିରେ ସକ୍ରିୟ ହେବେ ଏବଂ ଶାସକ ଦଳକୁ ନିଜ ବାକ୍ୟବାଣରେ ଘେରିବେ ବିଜେଡିର ପାୱାରଫୁଲ ନେତ୍ରୀ ଶ୍ରମୀୟୀ ଅପା । ଏଭଳି ଅନେକ ପ୍ରଶ୍ନ ଏବେ ରାଜ୍ୟ ରାଜନୀତିରେ ଉଙ୍କି ମାରୁଛି ହଁ ଆଜ୍ଞା କାହିଁକିନା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶ୍ରୀମୟୀ ଅପାଙ୍କୁ ଦଳରେ ଏକ ନୂଆ ଦାୟିତ୍ୱ ଦେଇଛନ୍ତି ହେଲେ ରାଜ୍ୟ ମୁଖପାତ୍ର ଭାବେ ନବୀନ ବାବୁ ତାଙ୍କୁ ଗୁରୁ ଦାୟିତ୍ୱ ଦେଲେ ଯେଉଁଥିପାଇଁ ସେ ଖୁସି ହୋଇ ସୁପ୍ରିମୋଙ୍କୁ କୃତଜ୍ଞତା ମଧ୍ୟ ଜଣାଇଥିଲେ । ଯାହାପରେ କୁହାଗଲା କି ଖୁବ ଶୀଘ୍ର ଅପା ଦଳକୁ ଫେରିବେ ଏବଂ ବିଜେଡିର ମଙ୍ଗ ଧରିବେ । ଏହାପରେ ଶ୍ରୀମୟୀଙ୍କୁ ନେଇ ରାଜ୍ୟରାଜନୀତିରେ ଚର୍ଚ୍ଚା ଥମି ଯାଇଥିଲା । କିନ୍ତୁ ଏହାରି ଭିତରେ ବିଧାନସଭା ଅଧିବେଶନ ଆରମ୍ଭ ହୋଇଗଲାଣି ଏବଂ ବିରୋଧି ଦଳ ନେତା ଭାବେ ନବୀନ ପଟ୍ଟନାୟକ ବିଧାନସଭାରେ ପ୍ରମୁଖ ଭୂମିକା ତୁଲାଉଛନ୍ତି । ଅନ୍ୟପଟେ ଶାସକ ଦଳକୁ କଥା କଥାରେ ଶାଣିତ ଆକ୍ରମଣ କରୁଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ନାନା ପ୍ରସଙ୍ଗ ନେଇ ଉଭୟ ଦଳଙ୍କ ମଧ୍ୟରେ କଥା କଟାକଟି ଚାଲିଛି । କିନ୍ତୁ ପ୍ରତିଥର ବିଜେଡିର ଚେହେରା ହୋଇ ସାମ୍ନାକୁ ଆସୁଛନ୍ତି ଲେଖାଶ୍ରୀ । କେବେ ଶ୍ରୀମୟୀ ସେହି ସ୍ଥାନରେ ବସିବେ ଏବଂ ମୋହନ ସରକାରକୁ ଘାଇଲା କରିବେ ସେ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟିହେଲାଣି । ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ଶ୍ରୀମୟୀଙ୍କୁ ଯେଉଁଭଳି ଧୋକା ଦେଇଥିଲା ସେ ପୁଣିଥରେ ବିଜେଡି ଫେରିବେ ବୋଲି ଭାବିବାଟା ଭୁଲ ହୋଇପାରେ । କିନ୍ତୁ ଅପାଙ୍କ ସୋସିଆଲ ମିଡିଆ ପୋଷ୍ଟ ଦ୍ୱନ୍ଦ୍ୱକୁ ବଢାଇବାରେ ଲାଗିଛି । କେତେବେଳେ କୁହାଗଲା ସେ ବିଜେପିରେ ସାମିଲ ହେବେ ତ କେବେ କୁହଗଲା ବିଜେଡିଠାରୁ ପ୍ରତିଶୋଧ ନେବେ । ଆହୁରି ମଧ୍ୟ କୁହାଯାଉଛି କି ଶ୍ରୀମୟୀ ଓ ନବୀନଙ୍କ ମଧ୍ୟରେ କିଛି ସିକ୍ରେଟ ଡିଲ ହୋଇଛି ।  ହେଲେ ତାଙ୍କ ନାଁରେ ଚର୍ଚ୍ଚା ହେଉଥିବା ନାନା କଥାରେ ଏବେ ପର୍ଯ୍ୟନ୍ତ ବି ପୂର୍ଣ୍ଣଚ୍ଛେଦ ପଡୁନାହିଁ । ଏବେ କେବଳ ଅପେକ୍ଷା କେବେ ଶ୍ରୀମୟୀ ବିଧିବଦ୍ଧ ଭାବେ ବିଜେଡିକୁ ରିଟର୍ଣ୍ଣ କରିବେ ଏବଂ ନିଜକୁ ମିଳିଥିବା ଦାୟିତ୍ୱ ସଂପାଦନ କରିବେ ।

author

Related Articles

Leave a Reply

Your email address will not be published. Required fields are marked *