ଶ୍ରୀମୟୀ-ପ୍ରସନ୍ନଙ୍କୁ ନେଇ ବଢୁଛି କନଫ୍ୟୁଜନ୍ !

ଶ୍ରୀମୟୀ-ପ୍ରସନ୍ନଙ୍କୁ ନେଇ ବଢୁଛି କନଫ୍ୟୁଜନ୍ !

ପୁଣି ଚର୍ଚ୍ଚାକୁ ଆସିଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ବାରମ୍ବାର ନିଜ ଦଳରୁ ପ୍ରତିଶୃତି ପାଇ ଶେଷରେ ହତାଶ ହୋଇଛନ୍ତି ଶ୍ରୀମୟୀ । ବିଜେଡି ପର୍ଯ୍ୟାୟ ପର୍ଯ୍ୟାୟ କ୍ରମେ ପ୍ରାର୍ଥୀ ତାଲିକା ଘୋଷଣା କରୁଥିବା ବେଳେ ସେଥିରେ କୌଣସି ବି ଆସନରେ ଶ୍ରୀମୟୀଙ୍କ ନାଁ ନାହିଁ । ଭୂବନେଶ୍ୱରର ସମ୍ଭାବ୍ୟ ପ୍ରାର୍ଥୀ କରି ୬ ମାସ ବୁଲାଇବା ପରେ ଶେଷରେ ଶ୍ରୀମୟୀଙ୍କୁ ହତାଦାର କରିଛନ୍ତି ବିଜେଡି ସୁପ୍ରିମୋ । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର କୌଣସି ବି ଆସନରେ ଶ୍ରୀମୟୀଙ୍କୁ ପ୍ରାର୍ଥୀ କରିନି ଦଳ । ଦଳର ମହିଳା ଚେହେରା ଭାବେ ପରିଚିତ ଶ୍ରୀମୟୀଙ୍କୁ ବିଜେଡି ନିରାଶ କରିବା ପରେ ଏବେ ସେ ବିଜେପି ଟିକେଟ ରୁ ମୈଦାନକୁ ଓହ୍ଲାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

କୁହାଯାଉଛି କି, ଶ୍ରୀମୟୀ ବିଜେପି ଟିକେଟରୁ ବେଗୁନିଆ ଆସନରୁ ପ୍ରାର୍ଥୀ ହୋଇପାରନ୍ତି । କାରଣ ବିଜେପି ତାର ବାକି ଥିବା କିଛି ଆସନରୁ ୮ଟି ଆସନରେ ଶନିବାର ପ୍ରାର୍ଥୀ ଦେଇଛି । ଯେଉଁଥିରେ ଖୋର୍ଦ୍ଧା ଆସନରେ ପ୍ରଶାନ୍ତ ଜଗଦେବଙ୍କୁ ଟିକେଟ୍ ମିଳିଥିବା ବେଳେ ବେଗୁନିଆରେ ଏବେବି ପ୍ରାର୍ଥୀ ଝୁଲାଇ ରଖିଛି ଦଳ । ବିଜେଡି ବେଗୁନିଆରେ ପ୍ରାର୍ଥୀ ଦେଇଥିବା ବେଳେ ବିଜେପି କାହାକୁ ଅପେକ୍ଷା କରିଛି ସେନେଇ ଆଲୋଚନା ଚାଲିଛି । ତେବେ ଶ୍ରୀମୟୀଙ୍କ ପୂବରୁ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା ଯେ, ବିଜେଡିରୁ ପ୍ରସନ୍ନ ପାଟ୍ଟଶାଣୀଙ୍କ ଟିକେଟ୍ କଟିବା ପରେ ସେ ବିଜେପିକୁ ଯିବାର ସମ୍ଭାବନା ରହିଛି । ଏବଂ ବିଜେପିରେ ସାମିଲ ହେଲେ ସେ ବେଗୁନିଆରୁ ପ୍ରତିଦ୍ୱନ୍ଦିତା କରିପାରନ୍ତି ବୋଲି ମଧ୍ୟ ଆଶଙ୍କା ବଢିଥିଲା । କିନ୍ତୁ ଏବେ ଶ୍ରୀମୟୀଙ୍କୁ ଏହି ଆସନରୁ ବିଜେପି ପ୍ରାର୍ଥୀ କରିବାକୁ ଚାହୁଁଥିବା ସାଧାରଣରେ ଚର୍ଚ୍ଚା ଜୋର ।

କାରଣ ଶ୍ରୀମୟୀ ପୂର୍ବରୁ ବେଗୁନିଆରେ ବୁଲି ସେଠାରେ ନିଜର ସଂଗଠନ ସୁଦୃଢ କରିଛନ୍ତି । ଯାହାକୁ ଶ୍ରୀମୟୀଙ୍କ ଜରିଆରେ ବିଜେପି ନିଜ ଆଡକୁ ଆଣିବାରେ ସକ୍ଷମ ହେବ ବୋଲି ବିଜେପି ରଣନୀତି ପ୍ରସ୍ତୁତ କରୁଛି । ଏପରିକି ଦଳ ଶ୍ରୀମୟୀଙ୍କ ସହ ଲିଙ୍କ ରଖି ତାଙ୍କୁ ବେଗୁନିଆ ପାଇଁ ଅଫର କରିଥିବା ସାଧାରଣରେ ଆଲୋଚନା ଚାଲିଛି । ଅନ୍ୟପଟେ ଶ୍ରୀମୟୀଙ୍କୁ ବିଜେଡି ସୁପ୍ରିମୋ ବାରମ୍ବାର ହତାଶ କରିଛନ୍ତି ସତ । କିନ୍ତୁ ତାଙ୍କ ମାନଭଞ୍ଜନ ପାଇଁ ତାଙ୍କୁ ଦଳର ଏକ ମୁଖ୍ୟ ଦାୟିତ୍ୱ ଦେଇଛନ୍ତି । କିନ୍ତୁ ଏହା ପରେ ବି ଶ୍ରୀମୟୀ ବିଜେପିକୁ ଯିବା ଚର୍ଚ୍ଚା ସାଧାରଣରେ ବାରମ୍ବାର ଜୋର ଧରିଛି । ତେବେ ଦେଖାଯାଉ ଶ୍ରୀମୟୀ ନିଜ ରାଗକୁ ଭୁଲି ବିଜେଡିରେ ରହୁଛନ୍ତି ନା ରାଜନୈତିକ ମହଲରେ ଚାଲୁଥିବା ଚର୍ଚ୍ଚା କେତେ ସତ ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *