ଶ୍ରୀଲଙ୍କାରେ ଲାଗୁ ହେବ ୟୁପିଆଇ ବ୍ୟବସ୍ଥା

ଶ୍ରୀଲଙ୍କାରେ ଲାଗୁ ହେବ ୟୁପିଆଇ ବ୍ୟବସ୍ଥା

ଭାରତରେ ୟୁପିଆଇର ବ୍ୟବହାର କିଛି ବର୍ଷ ହେଲାଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହା ପରେ ଅନେକ ଦେଶ ମାନେ ମଧ୍ୟ ଏହି ଡିଜିଟାଲ ପେମେଣ୍ଟ ପାଇଁ ନିଜର ଆଗ୍ରହ ଦେଖାଇଛନ୍ତି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏବେ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି । ଗୁରୁବାର ଦିନ ଶ୍ରୀଲଙ୍କାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ଏକ ବଡ ଘଷଣା କରିଛନ୍ତି । ସେ କହିଛନ୍ତି ଯେ ବହୁତ ଶୀଘ୍ର ଶ୍ରୀଲଙ୍କାରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ଚାଲୁ ହେବ । ବିଦେଶରେ ମଧ୍ୟ ଭାରତର ଡିଜିଟାଲ ପେମେଣ୍ଟ ସଫଳ ପ୍ରମାଣିତ ହୋଇଛି ଏବଂ ୟୁପିଆଇ ଚାହିଦା ଅନେକ ଦେଶରେ ବୃଦ୍ଧି ପାଇବାରେ ଲାଗିଛି । ଅନେକ ଦେଶ ଏହାର ଲାଭ ଉଠାଇଥିବାବେଳେ ଶ୍ରୀଲଙ୍କାର ନାମ ମଧ୍ୟ ଏଥିରେ ସାମିଲ ହେବାକୁ ଯାଉଛି । ଭାରତ ଶ୍ରୀଲଙ୍କାର ଖରାପ ପରିସ୍ଥିତିରେ ସାହାଯ୍ୟ କରିଥିବା ହେତୁ ଶ୍ରୀଲଙ୍କା ପ୍ରତି ଏହା ଭାରତ ପକ୍ଷରୁ ଏକ ଛୋଟ ସାହାଯ୍ୟ ।

author

Related Articles

Leave a Reply

Your email address will not be published. Required fields are marked *