ଶ୍ୱାସ ରୁଦ୍ଧ ହୋଇ ଦୁଇ ମୃତ

ମୋହନା:-

ମହାଶିବରାତ୍ରି ଭଳି ଗୋଟିଏ ଖୁସିର ପର୍ବରେ ଅଭାବନୀୟ ଘଟଣା ।ରାତିରେ ଘରେ ଶୋଇଥିବା ବେଳେ ଶ୍ୱାସ ରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି lଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଅନ୍ତର୍ଗତ ବେତାରସିଂ ଗାଁରେ ।ଖବର ପ୍ରକାରେ ଗତକାଲି ବେତାରସିଂ ଗାଁର କମଳ ନାୟକଙ୍କ ପରିବାରରେ ବାହାଘର ଭୋଜି ଚାଲିଥିଲା ।ହେଲେ କମଳ ନାୟକଙ୍କ ବାପା ମାଧବ ନାୟକ , ଭାଇ ଗଣେଶ ନାୟକ ୨୦ ବର୍ଷ ଓ ଦୁଇଝିଅ ଅମ୍ବିକା ୧୨ ବର୍ଷ ଏବଂ ଝୁମୁରି ନାୟକ ୭ ବର୍ଷ ଭୋଜି ଭାତ ଖାଇ ଘରେ ଶୋଇଥିଲେ ।ତେବେ ଘର ସମ୍ମୁଖରେ ଗୋଟିଏ ଜେନେରେଟର୍ ଲାଗିଥିଲା ।
ତେବେ ସକାଳୁ ସେମାନେ ଘରୁ ନ ଉଠିବାରୁ ସକାଳ ୭ଟା ସମୟରେ ପରିବାର ଲୋକେ ଉଠାଇଥିଲେ ।ତେବେ ବାପା ମାଧବ ମଧ୍ୟ କିଛି କଥା ବାର୍ତ୍ତା କରୁନଥିବା ବେଳେ ଅନ୍ୟ ମାନେ ଆଉ ଉଠି ନଥିଲେ ।ତେଣୁ ପରିବାର ଲୋକେ ଗୋଟିଏ ଅଟୋ ସାହାଯ୍ୟରେ ସକାଳୁ ସକାଳୁ ସେମାନଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।ତେବେ ଗଣେଶ ନାୟକ ଓ ଅମ୍ବିକା ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଝୁମୁରି ନାୟକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକା ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।ତେବେ ଏନେଇ ଚନ୍ଦ୍ରଗିରି ଡାକ୍ତରଖାନାରେ ଚନ୍ଦ୍ରଗିରି ପୁଲିସ ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *