ସଂସଦ ଭବନ ଗ୍ୟାସ୍ କାଣ୍ଡର ମାଷ୍ଟରମାଇଣ୍ଡ ଲଳିତ ଝା ଗିରଫ

ସଂସଦ ଭବନ ଗ୍ୟାସ୍ କାଣ୍ଡର ମାଷ୍ଟରମାଇଣ୍ଡ ଲଳିତ ଝା ଗିରଫ

ସଂସଦ ଭବନ ଗ୍ୟାସ୍ କାଣ୍ଡର ମାଷ୍ଟରମାଇଣ୍ଡ ଲଳିତ ଝା ଗିରଫ । ସଂସଦରେ ସୁରକ୍ଷା ତ୍ରୁଟି ମାମଲାରେ ପୂରା ପ୍ଲାନିଂର ମାଷ୍ଟରମାଇଣ୍ଡ ଲଳିତ ଝାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସର ଛାନଭିନ ପରେ ଲଳିତ ଝା ଦିଲ୍ଲୀର କର୍ତ୍ତବ୍ୟପଥ ଥାନାରେ ଆତ୍ମସମର୍ପଣ କରିଥିଲେ । ପୋଲିସ ଲଳିତଙ୍କୁ ଗିରଫ କରିବା ପରେ ପଚରାଉଚରା ଚାଲିଥିବା ସୂଚନା ମିଳିଛି । ସଂସଦରେ ଗ୍ୟାସ ସ୍ପ୍ରେ ଘଟଣା ପରଠୁ ଲଳିତ ଝା ଫେରାର ଥିଲେ । ତାଙ୍କ ବିରୋଧରେ ଟଇଚଇ ଆକ୍ଟରେ ମାମଲା ରୁଜୁ ହୋଇଥିବା ବେଳେ, ସେ ହିଁ ୨୦୦୧ ପାର୍ଲାମେଣ୍ଟ ଆଟାକ୍ ବର୍ଷ ପୂର୍ତ୍ତିରେ ଏଭଳି କାଣ୍ଡ ଭିଆଇବାକୁ ଯୋଜନା କରିଥିଲା ବୋଲି କୁହାଯାଉଛି।

author

Related Articles

Leave a Reply

Your email address will not be published. Required fields are marked *