ସଂସଦ ର ସ୍ୱତନ୍ତ୍ର ଅଧିବେଶନ ପାଇଁ ଏଜେଣ୍ଡା ଜାରି କଲେ କେନ୍ଦ୍ର ସରକାର

ସଂସଦ ର ସ୍ୱତନ୍ତ୍ର ଅଧିବେଶନ ପାଇଁ ଏଜେଣ୍ଡା ଜାରି କଲେ କେନ୍ଦ୍ର ସରକାର

ଆସନ୍ତା 18 ରୁ 22 ତାରିଖ ପର୍ଯ୍ୟନ୍ତ ସଂସଦ ରେ ସ୍ୱତନ୍ତ୍ର ଅଧିବେଶନ ଚାଲିବ । ଏ ନେଇ ଏଜେଣ୍ଡା ଜାରି କରିଛନ୍ତି କେନ୍ଦ୍ର ସରକାର, ପ୍ରଥମ ଦିନରେ ସଂସଦର 75 ବର୍ଷ ର ଯାତ୍ରା ନେଇ ଆଲୋଚନା ହେବ । ଏହି ଅବସରରେ ସମ୍ବିଧାନ ସଭାଠାରୁ ଆରମ୍ଭ କରି ଆଜି ଯାଏଁ ଚାଲିଥିବା ସଂସଦୀୟ ଯାତ୍ରା ଉପରେ ଆଲୋଚନା ହେବ । ଏହା ସହ ୪ଟି ବିଲ ବି ଉପସ୍ଥାପିତ କରିବେ କେନ୍ଦ୍ର ସରକାର । ଏଥିମଧ୍ୟରେ ରହିଛି ଆଡଭୋକଟସ ସଂଶୋଧାନ ବିଲ ୨୦୨୩ ଓ ପ୍ରେସ ଏବଂ ରେଜିଷ୍ଟ୍ରେସନ ଅଫ ପିରିଓଡିକାଲ୍ସ ବିଲ୍-୨୦୨୩ । ଏହି ଦୁଇଟି ବିଲ ରାଜ୍ୟସଭାରେ ପାସ ହୋଇ ସାରିଛି ଏବଂ ପୂର୍ବରୁ ଲୋକସଭାରେ ଏହି ବିଲ ଆଗତ ହୋଇସାରିଛି । ଏବେ ଆଲୋଚନା ହୋଇ ଏହାକୁ ପାସ୍ କରାଯିବ । ସେହିଭଲି ଆଉ ଦୁଇଟି ବିଲ ପୋଷ୍ଟ ଅଫିସ ବିଲ-୨୦୨୩ ଓ ଚିଫ ଇଲେକ୍ସନ କମିଶନର ଓ ଅଦର ଇଲେକ୍ସନ କମିଶନ ବିଲ-୨୦୨୩ ବି ଆଗତ ହେବ ।

ବିରୋଧି ଏହି ଅଧିବେସନ କୁ ନେଇ ପ୍ରଶ୍ନ ଉଠାଇଥିଲେ ବୋଲି ସରକାର ସପ୍ତାହେ ପୂର୍ବରୁ ଏଜେଣ୍ଡା ଜାରି କରିଦେଇଛନ୍ତି । ଏହି ସ୍ୱତନ୍ତ୍ର ଅଧିବେଶନ ରେ ଇଣ୍ଡିଆର ନାମ କୁ ପରିବର୍ତ୍ତନ କରି ଭାରତ ରଖାଯିବ ପାଇଁ ପ୍ରସ୍ତାବ ଆଣିପାରନ୍ତି ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଜାରି ହୋଇଥିବା ଏଜେଣ୍ଡା ରେ ଏପରି କିଛି ଉଲ୍ଲେଖ ହୋଇନାହିଁ । ପ୍ରଥମ ଦିନର ଅଧିବେଶନ ପୁରୁଣା ପାର୍ଲାମେଣ୍ଟରେ ବସିବ ଓ ତା ପରଦିନଠୁ ଅଧିବେଶନ ନୂଆ ସଂସଦ ଭବନରେ ହେବ ।

author

Related Articles

Leave a Reply

Your email address will not be published. Required fields are marked *