ସକାଳୁ ସକାଳୁ ଭୋଟ ଦେଉଛି ଓଡିଶା

ସକାଳୁ ସକାଳୁ ଭୋଟ ଦେଉଛି ଓଡିଶା

ସକାଳୁ ସକାଳୁ ଭୋଟ ଦେଉଛି ଓଡିଶା । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ୪ ସଂସଦୀୟ କ୍ଷେତ୍ର ପାଇଁ ମତଦାନ ଆରମ୍ଭ ହୋଇଛି । ସକାଳ ୬ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ଯାଏଁ ଚାଲିବ । ତେବେ ରାଜ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ସକାଳ ୯ଟା ସୁଦ୍ଧା ଓଡିଶାରେ ୯.୨୫ ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଛି । କୋରାପୁଟରେ ସର୍ବାଧିକ ୧୩.୧୪% ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୬.୮୧% ଭୋଟଗ୍ରହଣ ହୋଇଛି ।ସେହିଭଳି ଗଜପତିରେ ୧୦.୨୦%, କଳାହାଣ୍ଡିରେ ୬.୮୧%, ମାଲକାନିଗିରିରେ ୯.୧୫%, ନବରଙ୍ଗପୁରରେ ୮.୮୭%, ନୂଆପଡାରେ ୯.୯୮%, ରାୟଗଡାରେ ୭.୫୨% ମତଦାନ ହୋଇଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ଶେଷ କରିବାକୁ ପୋଲିଂ ବୁଥ୍ ଗୁଡିକରେ ସୁରକ୍ଷାବ୍ୟବସ୍ଥାକୁ କଡାକଡି କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *