ସକାଳେ ଖାଆନ୍ତୁ ଏହି ଖାଦ୍ୟ କମିବ ଓଜନ !

ସକାଳେ ଖାଆନ୍ତୁ ଏହି ଖାଦ୍ୟ କମିବ ଓଜନ !

କଣ ଆପଣ ନିଜ ଓଜନକୁ ନେଇ ଚିନ୍ତିତ ଅଛନ୍ତି କି । କଣ ଖାଇବେ କେଉଁ ଖାଦ୍ୟ ଠାରୁ ଦୂରରେ ରହିବେ ସେନେଇ କନଫ୍ୟୁଜ ଅଛନ୍ତି । ଆଜିକାଲି ପ୍ରାୟତ ସମସ୍ତେ ନିଜ ଓଜନକୁ ନେଇ ଚିନ୍ତିତ ରହୁଛନ୍ତି। କିଏ ଓଜନ ବଢାଇବାକୁ ଚାହୁଁଛନ୍ତି ତ ଆଉ କିଏ ଓଜନ କମାଇବାକୁ ଚାହୁଁଛନ୍ତି । ସେହିପରି ଅନେକ ନିଜ ଓଜନ ନିୟନ୍ତ୍ରଣରେ ରହିବା ନେଇ ମଧ୍ୟ ଚାହୁଁଛନ୍ତି । କିନ୍ତୁ ବିଭିନ୍ନ କାରଣ ପାଇଁ ଏହା ସମ୍ଭବ ହେଉନି । ଏଥିପାଇଁ ଡାଏଟ ସହ ଜିମକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। କିନ୍ତୁ ଆପଣ ଜାଣନ୍ତି କିଛି ଏପରି ଖାଦ୍ୟ ରହିଛି ଯାହାକୁ ଦୈନିକ ସେବନ କରିବା ଦ୍ବାରା ଆପଣଙ୍କ ଓଜନ କମ ହୋଇଥାଏ ବୋଲି ।
ତେବେ ସକାଳ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆୟୁର୍ବେଦ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ସକାଳେ ଖାଲି ପେଟରେ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବା ଦ୍ୱାରା ଶରୀରର ମେଟାବୋଲିଜିମ୍ ବୃଦ୍ଧି ପାଇଥାଏ, ଯାହା ଶରୀରର ଜମା ହୋଇଥିବା ଚର୍ବିକୁ ଶୀଘ୍ର କମାଇବାରେ ସାହାଯ୍ୟ କରେ।

ତେବେ ଏଥିପାଇଁ ଆପଣ ସକାଳେ ଜଳଖିଆର ଆରମ୍ଭ ଉଷୁମ ପାଣିରୁ ଆରମ୍ଭ କରିପାରିବେ । ଏହା ପେଟକୁ ସଫା କରିଥାଏ। ଏହା ସହିତ ଲେମ୍ବୁ ଏବଂ ମହୁ ମିଶାଇ ପିଇବା ଦ୍ବାରା ଏହା ଅଧିକ ଲାଭ ଦେଇଥାଏ , ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ । ଲେମ୍ବୁରେ ଥିବା ଭିଟାମିନ୍-ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ ଏବଂ ମେଟାବୋଲିଜିମ୍ ବୃଦ୍ଧି କରି ଓଜନ କମାଇବାରେ ସାହାଯ୍ୟ କରେ।

ସକାଳୁ ଖାଲି ପେଟରେ ୫ ରୁ ୧୦ଟି ଭିଜା ହୋଇଥିବା ବାଦାମ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ବାଦାମରେ ପ୍ରୋଟିନ୍, ଫାଇବର ଏବଂ ଓମେଗା-୩ ଫ୍ୟାଟି ଏସିଡ୍ ଥାଏ , ଯାହା ଆପଣଙ୍କ ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭର୍ତ୍ତି କରି ରଖେ ଏବଂ ଅଦରକାରୀ ଖାଦ୍ୟ ଖାଇବା (Cravings) ରୁ ରକ୍ଷା କରେ । ଏହାକୁ ଭିଜାଇ ଚୋପା ଛଡ଼ାଇ ଖାଇବା ଉଚିତ୍ ।
ଯଦି ଆପଣ ଦ୍ରୁତ ଗତିରେ ଓଜନ କମାଇବାକୁ ଚାହୁଁଛନ୍ତି , ତେବେ ମେଥି ପାଣି ଏକ ଉତ୍କୃଷ୍ଟ ବିକଳ୍ପ । ରାତିରେ ଚାମଚେ ମେଥିକୁ ଗ୍ଲାସେ ପାଣିରେ ଭିଜାଇ ରଖନ୍ତୁ ଏବଂ ସକାଳେ ଏହି ପାଣିକୁ ଛାଣି ପିଅନ୍ତୁ । ମେଥି ପାଣି ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ସହ ମେଟାବୋଲିଜିମ୍ ବଢ଼ାଇଥାଏ ।
ଓଜନ କମାଇବା ପାଇଁ ଅମୃତଭଣ୍ଡା ଏକ ଚମତ୍କାର ଫଳ । ସକାଳେ ଖାଲି ପେଟରେ ଅମୃତଭଣ୍ଡା ଖାଇବା ଦ୍ୱାରା ପେଟ ସଫା ରହେ ଏବଂ ହଜମ ପ୍ରକ୍ରିୟା ସୁଧୁରିଥାଏ । ଏଥିରେ କ୍ୟାଲୋରୀ ବହୁତ କମ୍ ଏବଂ ଫାଇବର ଅଧିକ ଥାଏ , ଯାହା ଓଜନ ହ୍ରାସ ପାଇଁ ଅତ୍ୟନ୍ତ ସହାୟକ । ଚିଆ ସିଡ୍ସରେ ପ୍ରଚୁର ପରିମାଣରେ ଫାଇବର ଏବଂ ପ୍ରୋଟିନ୍ ଥାଏ । ସକାଳେ ଏହି ପାଣି ପିଇବା ଦ୍ୱାରା ଆପଣଙ୍କୁ ଶୀଘ୍ର ଭୋକ ଲାଗିବ ନାହିଁ। ଏହା ଶରୀରକୁ ଶକ୍ତି ପ୍ରଦାନ କରେ ଏବଂ କ୍ୟାଲୋରୀ ବର୍ଣ୍ଣିଂ ପ୍ରକ୍ରିୟାକୁ ସହଜ କରିଥାଏ ।

administrator

Related Articles

Leave a Reply

Your email address will not be published. Required fields are marked *