ସକାଳ ଜଳଖିଆରେ ଏମିତି ଭୁଲ… ବିଗିଡିପାରେ ସ୍ବାସ୍ଥ୍ୟ…

ସକାଳ ଜଳଖିଆରେ ଏମିତି ଭୁଲ… ବିଗିଡିପାରେ ସ୍ବାସ୍ଥ୍ୟ…

କଣ ଆପଣ ସକାଳ ଜଳଖିଆ ମିସ୍ କରୁଛନ୍ତି କି ? ସକାଳ ଜଳଖିଆରେ କଣ ଖାଇବା ଉଚିତ୍ କଣ ନୁହେଁ ଆପଣ ଜାଣିଛନ୍ତି ? ସକାଳ ଜଳଖିଆ ଶରୀରକୁ ଏନର୍ଜି ଦେବା ସହିତ ଶରୀରକୁ ସୁସ୍ଥ ରଖିଥାଏ । ଏଥିପାଇଁ ସକାଳ ଜଳଖିଆ କେବେ ବି ମିସ୍ ନକରିବାକୁ ଏବଂ ସକାଳ ସମୟରେ ଭରପୁର ଖାଦ୍ୟ ଖାଇବାକୁ ପରାମର୍ଶ ମିଳିଥାଏ । କିନ୍ତୁ ଏହି ସମୟରେ କିଛି ଭୁଲ୍ ଅଭ୍ୟାସ ଏବଂ ଭୁଲ୍ ଖାଦ୍ୟ ସ୍ବାସ୍ଥ୍ୟବସ୍ଥା ବିଗିଡାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତେବେ ଆସନ୍ତୁ ଜାଣିବା ସେହି ସବୁ ଅଭ୍ୟାସ କଣ ଏବଂ କିପରି ଏହାକୁ ଏଡାଇହେବ ।

ସକାଳୁ ଉଠିବା ମାତ୍ରେ ଅଧିକାଂଶ କିଛି ନ ଖାଇ ନ ପିଇ ଚା’ ପିଅନ୍ତି । କିନ୍ତୁ ଖାଲି ପେଟରେ ଚା ପିଇବା ଦ୍ବାରା ଏହା ପେଟରେ ଏସିଡିଟି ବୃଦ୍ଧି କରିଥାଏ । କର୍ଟିସୋଲ ସ୍ତର ବୃଦ୍ଧି ପାଇପାରେ ଏବଂ ଡିହାଇଡ୍ରେସନ୍ ହୋଇପାରେ । ଏହା ବ୍ୟତୀତ ଭୋକ ମଧ୍ୟ କମିଯାଏ, ଯାହା ଦ୍ୱାରା ଆପଣଙ୍କ ଜଳଖିଆ ସଠିକ୍ ଭାବେ ହୋଇପାରେ ନାହିଁ । ତେଣୁ ସକାଳୁ ସକାଳୁ ଚା ପିଇବା ଠାରୁ ଦୂରରେ ରହିବା ଉଚିତ୍ । ଏହା ବଦଳରେ ଆପଣ ହାଲକା ଉଷୁମ ପାଣିରୁ ଦିନ ଆରମ୍ଭ କଲେ ଏହା ଅଧିକ ଲାଭ େଦେଇଥାଏ ।

ସେହିପରି ସକାଳ ଜଳଖିଆରେ ଅଧିକାଂସ ଲୋକେ ପରଟା ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ପ୍ରତିଦିନ ପରଟା ଖାଇବା ଦ୍ୱାରା ଅଧିକ କାର୍ବସ ମିଳିଥାଏ ଏବଂ ପ୍ରୋଟିନ କମ୍ ମିଳେ । ଏହାକୁ ଖାଇବା ଦ୍ୱାରା ପେଟ ଭର୍ତ୍ତି ରହିଥାଏ ସତ କିନ୍ତୁ ଇନସୁଲିନ୍ ସ୍ପାଇକ୍ ହୁଏ । ଏହା ସହିତ ମଧ୍ୟାହ୍ନ ବେଳକୁ ନିଦ ଲାଗିବା ଏବଂ ଶରୀର ଭାରି ଲାଗିବା ମଧ୍ୟ ଅନୁଭବ ହୁଏ । ତେଣୁ ସକାଳ ସମୟରେ କାବ୍ରସ ବଦଳରେ ଆପଣ ଫ୍ରୁଟ୍ସ, ଅଣ୍ଡା ଏବଂ ହେଲଦି ଟୋଷ୍ଟ ନିଜ ସକାଳ ଖାଦ୍ୟରେ ସାମିଲ କରିପାରିବେ ।

ଏହା ସହିତ ସକାଳ ଖାଦ୍ୟରେ ଅନେକା ଚା, ବିସ୍କୁଟ ମଧ୍ୟ ସାମିଲ କରନ୍ତି । କିନ୍ତୁ ମଇଦା, ଏବଂ ଚିନି ସକାଳ ଖାଦ୍ୟରେ ସାମିଲ କରିବା ଉଚିତ୍ ନୁହେଁ । ଏଥିରୁ ପ୍ରଚୁର ପରିମାଣରେ ଚିନି ଏବଂ ଫ୍ୟାଟ ମିଳିଥାଏ। ଯାହା ମେଦବହୁଳତା ବୃଦ୍ଧି କରିଥାଏ । ତେଣୁ ଏହାକୁ ଏଡାଇବା ଉଚିତ୍ । ଏହା ସହିତ ଜଙ୍କ ଫୁଟ୍ , ତେଲରେ ପ୍ରସ୍ତୁତ ଖାଦ୍ୟ , ମସଲା ଯୁକ୍ତ ଖାଦ୍ୟ ମଧ୍ୟ ସକାଳ ଖାଦ୍ୟଠାରୁ ଦୂରରେ ରଖିବା ଉଚିତ୍ ।

administrator

Related Articles

Leave a Reply

Your email address will not be published. Required fields are marked *