ସଚିନଙ୍କ ରେର୍କଡକୁ ବ୍ରେକ୍ କଲେ କିଙ୍ଗ କୋହଲି

ସଚିନଙ୍କ ରେର୍କଡକୁ ବ୍ରେକ୍ କଲେ କିଙ୍ଗ କୋହଲି

କିଙ୍ଗ୍ କୋହଲିଙ୍କ ଆଉ ଏକ ରେକର୍ଡ । ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ କୋହଲି ହାସଲ କଲେ ୫୦ତମ ଶତକ । ବୁଧବାର ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ ମୁକାବିଲାରେ କୋହଲି ପୁଣି ଏକ ଶତକ ମାରିବା ସହିତ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଅତିକ୍ରମ କରିଛନ୍ତି । ସଚିନ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୪୯ଟି ଶତକ ମାରିଥିବାବେଳେ, କୋହଲି ଆଜିର ଶତକକୁ ମିଶାଇ ମୋଟ ୫୦ଟି ଅର୍ଦ୍ଧଶତକ ମାରିସାରିଲେଣି । ଖାଲି ସେତିକି ନୁହେଁ, ଆଜିର ଇଂନିସରେ ଆଉ ଏକ ରେକର୍ଡ ମଧ୍ୟ କରିଛନ୍ତି ବିରାଟ କୋହଲି । ଚଳିତ ବିଶ୍ୱକପରେ ସର୍ବାଧିକ ରନ୍ କରିବା ସହିତ ଅନ୍ତର୍ଜାତୀୟ ରନରେ ସେ ଅଷ୍ଟ୍ରେଲିଆର ଦିଗ୍ଗଜ କ୍ରିକେଟର ରିକି ପଣ୍ଟିଂଙ୍କ ରେକର୍ଡ ଭାଙ୍ଗିଛନ୍ତି । କୋହଲି ଏବେ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ରନ୍ କରିବାର ରେକର୍ଡ ହାସଲ କରିଛନ୍ତି । ତାଙ୍କ ଉପରକୁ ଭାରତର ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ଆଜି ଟସ୍ ଜିତି ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ଦମଦାର ଆରମ୍ଭ କରିଥିଲେ ଦୁଇ ଭାରତୀୟ ଓପନର । ଗୋଟିଏ ପଟେ ରୋହିତ ଶର୍ମା ଧୂଆଁଧାର ଇଂନିସ୍ ଖେଳୁଥିବାବେଳେ, ଅନ୍ୟପଟେ ଗିଲ୍ ତାଙ୍କୁ ଷ୍ଟ୍ରାଇକ୍ ଦେବାରେ ଲାଗିଥିଲେ । ତେବେ ରୋହିତ ଶର୍ମା ୪୭ ରନ୍ କରି ଆଉଟ୍ ହେବା ପରେ ଗିଲ୍ ଆରମ୍ଭ କରିଥିଲେ ଆକ୍ରମଣାତ୍ମକ ବ୍ୟାଟିଂ । ତେବେ ୭୯ ରନରେ ପହଞ୍ଚିବା ପରେ ଗିଲ୍ ରିଟାର୍ୟଡ ହଟ୍ ହେଇ ପ୍ୟାଭିଲିୟନ୍ ଫେରିଥିଲେ । ଆଉ ଗିଲଙ୍କ ପରେ ଏବେ କୋହଲି- ଆୟରଙ୍କ ଯୋଡି ଦମଦାର ବ୍ୟାଟିଂ ଜାରି ରଖିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *