ସଚିବଙ୍କୁ ଆପରେ ଖୋଜୁଛନ୍ତି ଲୋକେ, ପ୍ରଚାର କଲେ, ପ୍ରସାର କଲେ ହଠାତ୍ ଆପରୁ ଉଭେଇ ଗଲେ

ସଚିବଙ୍କୁ ଆପରେ ଖୋଜୁଛନ୍ତି ଲୋକେ, ପ୍ରଚାର କଲେ, ପ୍ରସାର କଲେ ହଠାତ୍ ଆପରୁ ଉଭେଇ ଗଲେ

ଆଗକୁ ୨୪ ନିର୍ବାଚନକୁ ନେଇ ଚଳଚଂଚଳ ଓଡିଶା ରାଜ୍ୟ ରାଜନୀତି । ସବୁ ଆଡେ ଏବେ ଖାଲି ବିକାଶର କଥା । ବିକାଶ ନାଁରେ ଏବେ ମାଳ ମାଳ ଯୋଜନା ପ୍ରଚାର କରିବୁଲୁଛନ୍ତି ଶାସକ ଦଳ । ହଁ ଦର୍ଶକବନ୍ଧୁ ଆମେ କହୁଛୁ ଓଡିଶା ରାଜ୍ୟ ରାଜନୀତିର ୨୪ ବର୍ଷ କାଳ ଶାସନ କରୁଥିବା ବିଜେଡି ଦଳ କଥା । ୨୪ ନିର୍ବାଚନକୁ ନେଇ ତତପର ବିଜେଡି ସରକାର । ତେବେ ଇତି ମଧ୍ୟରେ ବିଜେଡିର ଭୋଟ ହାତେଇବାକୁ ନୂଆ ଫରମୂଲା ଦେଖିବାକୁ ମିଳିଛି । ଦଳୀୟ ଚିହ୍ନ ଥିବା ଶଙ୍ଖ ନାଁ ରେ ଆସିଛି ନୂଆ ଶଙ୍ଖ ଆପ୍ । ଏହି ଶଙ୍ଖ ଆପରେ ରହିଛି ବିଜେଡି କରିଥିବା ବିକାଶ କାର୍ଯ୍ୟ ତାଲିକାର ଲିଷ୍ଟ । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ସଚିବ ଭିକେ ପାଣ୍ଡିଆନଙ୍କ ଫେଟୋକୁ ଶଙ୍ଖ ଆପ ପ୍ରଚାର ପ୍ରସାର କରୁଛି । ଆପରେ ଦିର୍ଘ ୧୪ ଘଣ୍ଟା କାଳ ନନଷ୍ଟପ ସଚିବଙ୍କ ଗୁଣଗାନ କରିବା ସହ ବିକାଶର ସମୀକ୍ଷା କରାଯାଇଥିଲା । ସଚିବ ବିଜେଡି ଆପର ସର୍ବେସର୍ବ ପାଲିଟିଥିଲେ । ଜଣେ ସଚିବଙ୍କର ସରକାରୀ ଆପରେ ଜୟଜୟକାର କରଯାଇଥିଲା କାହିଁକି ? ଏଠାରେ ପ୍ରଶ୍ନ ଉଠୁଛି ସରକାରୀ ଆପ୍ଲିକେସନରେ ସଚିବଙ୍କ ଫଟୋ ରହିବା କେତେଦୂର ଠିକ ? ଆପ ମାଧ୍ୟମରେ ମୁଖିଆ ଓ ସଚିବଙ୍କ ପ୍ରଚାର ପ୍ରସାର କରୁଥିଲା ଦଳ । ଶଙ୍ଖ ଆପରେ ନବୀନ ଓ ସଚିବଙ୍କ ନାମ, ଫଟୋ ସହ କେଉଁଠି କି କି ଉନ୍ନତି ମୂଳକ କାମା କରିଛନ୍ତି ସେ ସମ୍ପର୍କରେ ସୂଚନା ଦିଆଯ୍‌ାଉଥିଲା । ବିଜେଡିର ମୁଖ୍ୟ ବଳ ନବୀନଙ୍କ ଫଟୋ ରଖିଲା ଠିକ କିନ୍ତୁ ୫ଟି ସଚିବଙ୍କ ବିଷୟରେ ରହିବା କଣ ଠିକ କି ? ସଚିବଙ୍କ ଗ୍ରସ୍ତ ସହ ଫଟୋ ସବୁ ପୋଷ୍ଟ କରାଯାଉଛି କଣ ପାଇଁ ? ବାରମ୍ଭାର ନିଜ ଦଳରୁ ବିରୋଧାଭାଷା ପାଇଁବା ପରେ ମଧ୍ୟ କାହିଁକି ଚେତୁନୀ ବିଜେଡି ସରକାର ? ତେବେ ବର୍ତ୍ତମାନ ଶଙ୍ଖ ଆପରେ ଆଉ ସଚିବଙ୍କ ଫଟୋ ନାହିଁ । ଦଳର ଅନ୍ୟ ତୁଙ୍ଗ ନେତା ମାନଙ୍କର ଫଟୋ ମଧ୍ୟନାହିଂ । ଏସବୁ ଚେଂଜ କଣ ସଚିବଙ୍କ ଜାଣତରେ ହେଉଛି ନାଁ ଅଜାଣତରେ ? ବିଜେଡିର ଗୁଣଗାନ କରୁଥିବା ୫ଟି ସଚିବଙ୍କର ଆପରୁ ଟେମ୍ପଲେଟ ହଟିବା ଓ ଫଟୋ ହଟିବକୁ ନେଇ ଏବେ ପ୍ରଶ୍ନ ଉଠୁଛି । ଦଳ ତାର ମୁଖ୍ୟ ଭାବେ ସଚିବଙ୍କୁ ମାନି ତାଙ୍କ କଥାନୁସାରେ ନେତା ମନ୍ତ୍ରୀ ମାନେ କାମ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏସବୁ ଭିତରେ ପ୍ରଶ୍ନ ଉଠୁଛି ଯଦି ୨୦୦୦ ମାସିହାରୁ ହୋଇଥିବା ବିକାଶର କାର୍ଯ୍ୟସୂଚୀରେ ନବୀନଙ୍କ ସହ ସଚିବ ଥିଲେ ତେବେ ଏବେ ଗଲେ କୁଆଡେ ? ଦେଖିବାକୁ ବାକି ରହିଲା ସଚିବଙ୍କୁ ନେଇ ବିଜେଡି କି କି ପନ୍ଥା ସବୁ ଆପଣେଉଛି ନାଁ ବିରୋଧିଙ୍କ କଟାକ୍ଷରେ ସଚିବ ଉଭେୟୀ ଯାଉଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *