ସଜେଇ ହେଉଛି ମହାମହିମଙ୍କ ଜନ୍ମମାଟି, ୨୦ରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ

ସଜେଇ ହେଉଛି ମହାମହିମଙ୍କ ଜନ୍ମମାଟି, ୨୦ରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୈପଦୀ ମୁର୍ମୁ

୨୦ ତାରିଖରେ ନିଜ ଜିଲ୍ଲାକୁ ଆସୁଛନ୍ତି ମହାମହିମ । ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ରାସ୍ତାଘାଟ ଓ ରେଲୱେ ଷ୍ଟେସନକୁ ଚକାଚକ କରିବାକୁ ଯୁଦ୍ଧକାଳୀନ ଭିତିରେ ପ୍ରସ୍ତୁତି ଚାଲିଛି ଯାହା ଏବେ ଶେଷ ପର‌୍ୟ୍ୟାୟରେ । ସମୟ ଯେତିକି ପାଖେଇ ଆସୁଛି ସସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢିବାରେ ଲାଗିଛି । ପୂର୍ତ ବିଭାଗ ପକ୍ଷରୁ ଜୋରସରରେ ଚାଲିଛି ହେଲିପ୍ୟାଡ୍ ନିର୍ମାଣର କାର‌୍ୟ୍ୟ । ମହୁଲଡିହା ଡାକବଙ୍ଗଳାରେ ବିଭିନ୍ନ ବିଶେଷ ଓ ସଂଗଠନ ରାଷ୍ଟ୍ରପତିଙ୍କୁୁ ସାକ୍ଷାତ କରିବାର କାର‌୍ୟ୍ୟକ୍ରମ ରହିଥିବାରୁ ଡାକବଙ୍ଗଳା ମଧ୍ୟ ଚକାଚକ୍ ହୋଇଛି । ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ପରିବାର ଲୋକଙ୍କ ସହ ରାତ୍ରୀଯାପନ କରିବେ । ସେଥିପାଇଁ ବିଦ୍ୟୁତ୍ ବିଭାଗର ଅଧିକାରୀ ମାନେ ନିଜେ ଉପସ୍ଥିତ ରହି ସମସ୍ତ ବିଦ୍ୟୁତ୍ କାର‌୍ୟ୍ୟର ତଦାରଖ କରୁଛନ୍ତି । ଶେଷ ଥର ପାଇଁ ରାଷ୍ଟ୍ରପତି ମୟୂରଭଞ ଗସ୍ତରେ ଆସିଥିବା ବେଳେ ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞଦେଓ ବିଶ୍ୱ ବିଦ୍ୟାଳୟର ସମାବର୍ତନ ଉତ୍ସବରେ ଯୋଗ ଦେଇଥିଲେ । ଅଭିଭାଷଣ ରଖିବା ସମୟରେ ବିଦ୍ୟୁତ୍ ବିଭ୍ରାଟ୍ ଦେଖାଇଦେଇଥିଲା । ଏବେ ପୁନଃ ବିଦ୍ୟୁତ୍ ବିଭ୍ରାଟ ଯେପରି ନହେବ ସେଥିପ୍ରତି ବିଦ୍ୟୁତ୍ ବିଭାଗ ସଜାଗ । ପାହାଡପୁରସ୍ଥିତ ଏସଏଲଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟରେ ଥିବା ଦ୍ରୌପଦୀ ମୁର୍ମୁଙ୍କ ସ୍ୱାମୀ ଏବଂ ଦୁଇ ପୁଅ ଲକ୍ଷ୍ମଣ ଓ ସିପୁନଙ୍କ ପ୍ରତିମ୍ୃତି ଗୁଡିକୁ ନୂଆ ରୁପ ଦିଆଯାଇଛି । ଏସଏଲଏସ୍ ସ୍କୁଲକୁ ମଧ୍ୟ ସଜା ଯାଉଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆ ଟ୍ରେନର ଶୁଭାରମ୍ଭ କରିବା ସହ ନିଜେ ବାଦାମପାହାଡ ଷ୍ଟେସନରୁ ଟ୍ରେନରେ ବସି ରାଇରଙ୍ଗପୁର ଷ୍ଟେସନରକୁ ଯାତ୍ରା କରିବେ । ସେଥିପାଇଁ ସମସ୍ତଙ୍କ ମନରେ ଉତକଣ୍ଠା ବଢିବାରେ ଲାଗିଛି । ସେପଟରେ ରାଷ୍ଟ୍ରପତିଙ୍କ ଟ୍ରେନ ଯାତ୍ରାରେ କୌଣସି ତ୍ୃଟି ନହେଉ ସେଥିପାଇଁ ରେଳ ଇଞିନିୟରଙ୍କ ସହ ଜିଏମ୍ ଓ ଡିଆରଏମ୍ ମଧ୍ୟ ରେଳ ଲାଇନ୍ ଓ ରେଳ ଷ୍ଟେସନର କାର‌୍ୟ୍ୟ ତଦାରଖ କରୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *