ସଡକ ଦୁର୍ଘଟଣାରେ ବିଜେଡି କାଉନସିଲର ସରୋଜ ମହାଳିକ ଙ୍କ ମୃତ୍ୟୁ

ସଡକ ଦୁର୍ଘଟଣାରେ ବିଜେଡି କାଉନସିଲର ସରୋଜ ମହାଳିକ ଙ୍କ ମୃତ୍ୟୁ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବିଜେଡ଼ି କାଉନସିଲରଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସିର ବିଜେଡ଼ି କାଉନସିଲର ସରୋଜ କୁମାର ମହାଳିକଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । କାମାକ୍ଷାନଗର ଥାନା ୫୩ ନଂ ଜାତୀୟ ରାଜପଥର ଜିରିଡାମାଳି ଗାଁ ନିକଟରେ ଏକ ପଲସର ବାଇକ ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଛି । ସ୍କୁଟିରେ ଘରକୁ ଫେରୁଥିବା ବେଳେ ସରୋଜଙ୍କୁ ଧକ୍କା ଦେଇଥିଲା ଦ୍ରୁତ ଗତିରେ ଆସୁଥିବା ପଲସର ବାଇକ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସରୋଜ କାମାକ୍ଷାନଗର ଏନଏସି ୫ ନଂ ୱାର୍ଡର କାଉନସିଲର ଥିଲେ । ତାଙ୍କ ମୃତ୍ୟୁକୁ ନେଇ କାମାକ୍ଷାନଗର ମେଡ଼ିକାଲ ପରିସରରେ ଲୋକାରଣ୍ୟ ହୋଇଯାଇଛି । ୨ ଟି ଜକ ସ୍କଟୀ ଓ ବାଇକ ପୋଲିସ ଜବତ କରିବା ସହ ବାଇକ୍ ଚାଳକ ନିର ନିରଞ୍ଜନ ପଧାନ କୁ ଗିରଫ କରିଛନ୍ତି। ନିରଞ୍ଜନ ଙ୍କ ଘର ପଲି କଟେନି ବୋଲି ଜଣା ପଡ଼ିଛି।

author

Related Articles

Leave a Reply

Your email address will not be published. Required fields are marked *