ନଭେମ୍ୱର ଆରମ୍ଭରୁ ହିଁ ମାଡି ଆସିଲାଣି ବିପତ୍ତି । ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ଭୂମିକମ୍ପର ଝଟକା । ସତ ହେଲା ପାଞ୍ଜିକାର କଥା ଥରିଉଠିଲା ରାଜଧାନୀ ଭୁବନେଶ୍ୱର । ହଁ ଦର୍ଶକବନ୍ଧୁ ଖଡିରତ୍ନ ପାଞ୍ଜିକାରେ ଓଡିଶାରେ ଆସୁଥିବା ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଯେଉଁ ପୂର୍ବାନୁମାନ କରାଯାଉଥିଲା ତାହା ଏବେ ସତ ହୋଇଛି । ଖଡିରତ୍ନ ପାଞ୍ଜିକାରେ ଲେଖା ଥିଲା କି ନଭେମ୍ୱର ଆରମ୍ଭରୁ ଓଡିଶାରେ ଭୂସ୍କଳ ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିପାରେ । ଯାହା ଧୀରେ ଧୀରେ ସତ ହେବାରେ ଲାଗିଛି । ଗତକାଲି ଓଡିଶାର ପଡୋଶୀ ରାଜ୍ୟ ଝାଡଖଣ୍ଡରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଆଉ ଏବେ ଝାଡଖଣ୍ଡ ପରେ ପଡିଲା ଓଡିଶାର ପାଳି । ଝାଡଖଣ୍ଡ ପରେ ପରେ ରାଜଧାନୀରେ ଏପରି ଭୂକମ୍ପ ସାଧାରଣ ଲୋକଙ୍କ ମନରେ ଏକପ୍ରକାର ଭୟ ସୃଷ୍ଟି କରିଛି । ଖଡିରତ୍ନ ପାଞ୍ଜିକାରେ ଯାହା ଲେଖା ହୋଇଛି ଗୋଟି ଗୋଟି କରି ତାହା ସତ ହେବାରେ ଲାଗିଛି । ଅକ୍ଟୋବରରେ ବାତ୍ୟା ହେବା ପରେ ନଭେମ୍ୱରରେ ମାଡି ଆସୁଥିବା ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଲୋକଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ସୃଷ୍ଟି ହୋଇଥିଲା । କିନ୍ତୁ ଆଜି ଭୁବନେଶ୍ୱରରେ ଏପରି ଭୂକମ୍ପ ହେବା ପରେ ଲୋକଙ୍କ ମନରେ ଆଉ ଏକ ଛନକା ପଶିଛି । ରାଜଧାନୀ ଭୁବନେଶ୍ୱରରେ ସକାଳ 7ଟା 15 ସମୟରେ ମୃଦୁ ଭୂମିକମ୍ପ ନେଇ ସୂଚନା ମିଳିଛି । 2ରୁ 3 ସେକେଣ୍ଡ ପାଇଁ ଭୂମିକମ୍ପ ହୋଇଥିବା ସୂଚନା ରହିଥିବା ବେଳେ ଭୀମଟାଙ୍ଗି,ନୟାପଲ୍ଲୀ,ସିଆରପି ଅଞ୍ଚଳରେ ଅନୁଭୂତ । ତେବେ ଏନେଇ ପାଣିପାଗ ବିଭାଗ କିଛି ସ୍ପଷ୍ଟ କରିନି ।
You can share this post!
author