ସନ୍ଧ୍ୟା ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ମତଦାନ

ସନ୍ଧ୍ୟା ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ମତଦାନ

ରାଜ୍ୟରେ ମତଦାନ କରି ନେତା ବାଛୁଛନ୍ତି ଜନତା । ସନ୍ଧ୍ୟା ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ମତଦାନ ହୋଇଛି । ନୂଆପଡାରେ ସର୍ବାଧିକ ୬୬.୯୬ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ମିଳିଛି । କଳାହାଣ୍ଡିରେ ୬୭.୩୭ ପ୍ରତିଶତ, ନବରଙ୍ଗପୁରରେ ୬୫.୦୭ ପ୍ରତିଶତ, କୋରାପୁଟରେ ୬୧.୯୬ ପ୍ରତିଶତ, ମାଲକାନଗିରିରେ ୫୩.୬୪ ପ୍ରତିଶତ, ରାୟଗଡାରେ ୬୨.୯୬ ପ୍ରତିଶତ, ଗଜପତିରେ ୬୩.୭୧ ପ୍ରତିଶତ ଓ ବ୍ରହ୍ମପୁରରେ ୪୪.୩୯ ପ୍ରତିଶତ ଭୋଟର ଦେଇଛନ୍ତି ଭୋଟ୍ ।


୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ୭ ହଜାର ୩୦୩ଟି ବୁଥ୍ରେ ଚାଲିଛି ଭୋଟିଂ । ବ୍ରହ୍ମପୁରରେ ସବୁଠାରୁ କମ୍ ମତଦାନ ହୋଇଛି । ଏଠାରେ ୨୬ ଦଶମିକ ୧୪ ପ୍ରତିଶତ ସହ ସବୁଠୁ କମ୍ ମତଦାନ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *