ସନ୍ନି ଦେଓଲଙ୍କ ଜାଗା ନେବେ ଯୁବରାଜ !

ସନ୍ନି ଦେଓଲଙ୍କ ଜାଗା ନେବେ ଯୁବରାଜ !

ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ଭାରତୀୟ କ୍ରିକେଟର ଯୁବରାଜ ସିଂ । କ୍ରିକେଟରେ ନିଜର ଜଲୱା ଦେଖାଇବା ପରେ ଏବେ ରାଜନୀତିରେ ମଧ୍ୟ ନିଜ ଜଲୱା ଦେଖାଇବାକୁ ଅଣ୍ଟା ଭିଡିଲେଣି ଯୁବରାଜ । ନିର୍ବାଚନ ତାରିଖ ଘୋଷଣା ହେବାକୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚଳାଇଛନ୍ତି ସବୁ ରାଜନୈତିକ ଦଳ । ଏହାରି ମଧ୍ୟରେ ପଞ୍ଜାବରେ ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଖୁବଶୀଘ୍ର ଯୁବରାଜ ସିଂ ବିଜେପିରେ ଯୋଗ ଦେଇପାରନ୍ତି । ସେ ଖାଲି ବିଜେପିରେ ମିଶିବେ ତା ନୁହେଁ ବରଂ ସେ ୨୪ ଲୋକସଭା ନିର୍ବାଚନ ମଧ୍ୟ ଲଢିବେ ବୋଲି ଚର୍ଚ୍ଚା ହେଉଛି । ରିପୋର୍ଟ ଅନୁଯାୟୀ, ଯୁବରାଜଙ୍କୁ ଗୁରୁଦାସପୁର ଆସନରୁ ଲୋକସଭା ନିର୍ବାଚନ ପାଇଁ ଟିକେଟ୍ ଦେଇପାରେ ବିଜେପି । ୨୦୧୯ ଲୋକସଭା ନିର୍ବାଚନରେ ଏହି ଆସନରୁ ବିଜେପି ଟିକେଟରେ ମୈଦାନକୁ ଓହ୍ଲାଇଥିଲେ ଅଭିନେତା ସନ୍ନି ଦେଓଲ । ଏପରିକି ସେ ବିଜୟ ମଧ୍ୟ ହୋଇଥିଲେ । ତେବେ କୁହାଯାଉଛି କି ଏଥର ସନ୍ନି ଙ୍କ ବଦଳରେ ଦଳ ଯୁବରାଜଙ୍କୁ ଟିକେଟ୍ ଦେଇପାରେ ।

author

Related Articles

Leave a Reply

Your email address will not be published. Required fields are marked *