ସପ୍ତମ ଥର ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇଡି ସମନ

ସପ୍ତମ ଥର ପାଇଁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଇଡି ସମନ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ କରିଛି। ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅନୁଯାୟୀ ହାଜର ହେବାକୁ ନୋଟିସ ମିଳିଛି । ଜମି ଜାଲିଆତି ସହ ମନି ଲଣ୍ତରିଂ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଇଡି ତରଫରୁ ନୋଟିସ ପଠାଯାଇଛି। ଏହି ମାମଲାରେ ନିଜର ସୁବିଧାଜନକ ତାରିଖ ଦେଖି ହାଜର ହେବାକୁ ଇଡି ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଝାଡ଼ଖଣ୍ତ ମୁଖ୍ୟମନ୍ତ୍ରୀଙ୍କୁ ସପ୍ତମ ଥର ପାଇଁ ଇଡି ତରଫରୁ ନୋଟିସ ମିଳିଛି । ସୂତ୍ର ଅନୁସାରେ, ଚଗଖଇ ର ଧାରା ୫୦ ଅନୁଯାୟୀ ହେମନ୍ତ ସୋରେନଙ୍କୁ ଇଡି ନୋଟିସ ଜାରି କରିଛି । ଏହାପୂର୍ବରୁ ଡିସେମ୍ବର ୧୨ ରେ ସୋରେନଙ୍କୁ ପଚରାଉଚରା କରିବା ପାଇଁ ଇଡିରେ ହାଜର ହେବାକୁ ନୋଟିସ ଦିଆ ଯାଇଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ହାଜର ହୋଇନଥିଲେ । ଏନେଇ ବିଜେପି ଝାଡ଼ଖଣ୍ତ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛି ।

author

Related Articles

Leave a Reply

Your email address will not be published. Required fields are marked *