ସବୁଠୁ ଧନୀ ପ୍ରାର୍ଥୀ ସନାତନ-ସୋମ୍ୟ

ସବୁଠୁ ଧନୀ ପ୍ରାର୍ଥୀ ସନାତନ-ସୋମ୍ୟ

ନିର୍ବାଚନ ପାଇଁ ରାଜ୍ୟରେ ଚାଲିଛି ନାମାଙ୍କନ ଭରିବାର ପର୍ବ । ସବୁ ଦଳର ପ୍ରାର୍ଥୀ ମାନେ ବିରାଟ ଶୋଭାଯାତ୍ରା କରି ନାମାଙ୍କନ ପତ୍ର ଦାଖଲ କରୁଛନ୍ତି । ଯେଉଁଥିରେ ପ୍ରାର୍ଥୀ ମାନେ କେତେ ସମ୍ପତ୍ତିର ଅଧିକାରୀ, ସେ ସମ୍ପର୍କରେ ସମସ୍ତ ତଥ୍ୟ ମଧ୍ୟ ଉପସ୍ଥାପନ କରୁଛନ୍ତି । ଆଉ ଏହାରି ମଧ୍ୟରେ ଏକ ରୋଚକ ଖବର ସାମ୍ନାକୁ ଆସିଛି । ତୃତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମାନଙ୍କ ମଧ୍ୟରେ କିଏ ସବୁଠୁ କୋଟିପତି ତାର ଏକ ଲିଷ୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ଆଗରେ ରହିଛନ୍ତି ବିଜେଡି ନେତା ତଥା କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିର୍ବାଚନ ମଣ୍ଡଳୀର ପ୍ରଭାବ ଶାଳୀ ନେତା ସନାତନ ମହାକୁଡ । ସେ ତୃତୀୟ ପର୍ଯ୍ୟାୟର ସବୁଠୁ ଧନୀ ବିଧାୟକ ପ୍ରାର୍ଥୀ ଭାବରେ ପରିଗଣିତ ହୋଇଛନ୍ତି । ତାଙ୍କ ସମ୍ପତ୍ତିର ମୂଲ୍ୟ ୨୨୭ କୋଟି ୬୭ ଲକ୍ଷ ଟଙ୍କା ରହିଥିବା ଜଣାପଡିଛି । ସେହିପରି ୧୨୨ କୋଟି ୮୬ ଲକ୍ଷ ଟଙ୍କା ସମ୍ପତ୍ତି ସହ ଘଷିପୁରାର ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ପର‌୍ୟ୍ୟାୟର ଦ୍ୱିତୀୟ ଧନୀ ବିଧାୟକ ପ୍ରାର୍ଥୀ ଭାବେ ପରିଗଣିତ ହୋଇଛନ୍ତି । ଅନ୍ୟପଟେ ବିଜେପି ପ୍ରାର୍ଥୀ ମଧ୍ୟ ଏହି ଲିଷ୍ଟରେ ସାମିଲ ରହିଛନ୍ତି । ୧୨୦ କୋଟି ୫୬ ଲକ୍ଷ ଟଙ୍କା ସମ୍ପତ୍ତି ସହ ତୃତୀୟ ସ୍ଥାନରେ ଅଛନ୍ତି ନୟାଗଡ଼ ଈଔଚ ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ । ତେବେ ଏହି ଲିଷ୍ଟରେ କିଏ ସବୁଠୁ ଗରିବ ବିଧାୟକ ପ୍ରାର୍ଥୀ ତାହା ମଧ୍ୟ ସ୍ପଷ୍ଟ ହୋଇଛି । କଟକ ବଡମ୍ବାରୁ ସମୃଦ୍ଧ ଓଡ଼ିଶା ପକ୍ଷରୁ ବିଧାୟକ ପ୍ରାର୍ଥୀ କୈଳାଶ ଚନ୍ଦ୍ର ନାୟକ ସବୁଠୁ ଗରିବ ବିଧାୟକ ପ୍ରାର୍ଥୀ ବୋଲି ଜଣାପଡିଛି। ତାଙ୍କ ସମ୍ପତ୍ତି ମୂଲ୍ୟ ମାତ୍ର ୧ ହଜାର ଟଙ୍କା । ତେବେ ଏହି ଲିଷ୍ଟରେ ଏପରି ଅନେକ ନେତା ସାମିଲ ଅଛନ୍ତି ଯାହାଙ୍କ ନାଁରେ ଅପରାଧିକ ମାମଲା ରହିଥିବା ସହ କିଏ ସ୍କୁଲ ମାଟି ମାଡି ନଥିବା ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *