ସବୁ ଜାଣି ଚୁପ୍ ବସିଛନ୍ତି ନବୀନ …ମିଡିଆ ସାମ୍ନାରେ ୨୪ ବର୍ଷର ରାଗ ବାହାର କରୁଛନ୍ତି ନେତା !

ସବୁ ଜାଣି ଚୁପ୍ ବସିଛନ୍ତି ନବୀନ …ମିଡିଆ ସାମ୍ନାରେ ୨୪ ବର୍ଷର ରାଗ ବାହାର କରୁଛନ୍ତି ନେତା !

ହାରିବା ପରେ ବଦଳୁଛି ବିଜେଡି ନେତାଙ୍କ ଆଭିମୁଖ୍ୟ । ୨୪ ବର୍ଷର ରାଗ ବାହାର କରୁଛନ୍ତି ଦଳୀୟ ନେତା । କିନ୍ତୁ ସବୁ ଜାଣି ବି ଚୁପ ବସିଛନ୍ତି ବିଜେଡି ସୁପ୍ରିମୋ । ହଁ ଆଜ୍ଞା. ଗତ ନିର୍ବାଚନରେ ରାଜ୍ୟ ରାଜନୀତିର ମାନଚିତ୍ର ବଦଳିଯାଇଥିବା ବେଳେ ନେତାମାନଙ୍କ ଅସଲ ରୂପ ବି ସାମ୍ନାକୁ ଆସୁଛି । ପ୍ରଥମ ଥର ବିଜେଡି କ୍ଷମତାସୀନ ହୋଇଥିବାରୁ କିଏ କ୍ଷମତା ପାଇଁ ଅନ୍ୟ ଦଳକୁ ଡିଆଁଁ ମାରୁଛି ତ ଆଉ କିଏ ଗଣମାଧ୍ୟମ ସାମ୍ନାରେ ବିଷ ଓଗାଳୁଛି । ନିର୍ବାଚନ ସରିବାର ୩ ମାସ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳ କାହିଁକି ହାରିଲା ସେନେଇ କାରଣ ଖୋଜୁଛନ୍ତି । ଦଳୀୟ ନେତାଙ୍କୁ ଏକାଠି କରି ବୈଠକ କରି ସେମାନଙ୍କୁ ଜବାବ ମାଗୁଛନ୍ତି । ଆଉ ଏହି ସମୟରେ ହିଁ ଦଳୀୟ ନେତାମାନେ ଜଣଙ୍କ ପରେ ଜଣେ ବିସ୍ଫୋରକ ବୟାନ ଦେଉଛନ୍ତି । ଏବଂ ଦଳ ହାରିବାର ପ୍ରମୁଖ କାରଣ ସିଧାସଳଖ ନବୀନଙ୍କୁ ଦର୍ଶାଉଛନ୍ତି । ଯାହାକୁ ନେଇ ଏବେ ରାଜନୀତିର ମାହୋଲ ଉଷ୍ମ ହୋଇଛି । ହାରିବା ପରେ ଦଳର ସଭାପତିଙ୍କୁ ଦଳୀୟ ନେତାମାନେ ଆଉ ଖାତିର କରୁନଥିବା ଚର୍ଚ୍ଚା ହେଉଛି । ଏବଂ ତାଙ୍କ ଆଗରେ ଦଳର ପରାଜୟ ପଛର କଳା ଚିଠା ଖୋଲୁଛନ୍ତି । ତେବେ ହାରିବା ପଛରେ କିଏ ନେତାମାନଙ୍କ ମଧ୍ୟରେ ଆକ୍ରୋଶ ମନୋଭାବ ରହିବା, ସାଙ୍ଗଠନିକ ପରିଚାଳନାରେ ତ୍ରୁଟି ରହିବାକୁ ଦର୍ଶାଉଛନ୍ତି ତ ଆଉ କିଏ ଲୋଭନୀୟ ଯୋଜନା ନକରିବାକୁ ଦର୍ଶାଉଛନ୍ତି । ଏବଂ କିଏ କିଏ ତ ନବୀନ ଲୋକଙ୍କ ଠାରୁ ଦୂରରେ ରହିଲେ ବୋଲି ଦଳର ଆଜି ଏ ଅବସ୍ଥା ବୋଲି ସିଧାସିଧା ମୁହଁରେ କହିଦେଉଛନ୍ତି । ତେବେ ପ୍ରଥମେ ପ୍ରଦୀପ ମାଝୀ, ପରେ ବିଧାୟକ ବଦ୍ରି ପାତ୍ର ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅବିଲାଶ ସାମଲ ଆଉ ଏବେ ବୌଦ୍ଧ ଜିଲ୍ଲା ସଭାପତି ମହୀଧର ରଣାଙ୍କ ବୟାନକୁ ନେଇ ଖୁବ ଚର୍ଚ୍ଚା ହେଉଛି । ଏମାନେ ଜଣଙ୍କ ପରେ ଜଣେ ଗଣମାଧ୍ୟମ ସାମ୍ନାକୁ ଆସି ବିସ୍ଫୋରକ ବୟାନ ଦେଉଛନ୍ତି । ପାଟିରେ ବଡବତା କିଛି ନରଖି ଯାହା ପାଉଛନ୍ତି ତାହା କହିଦେଉଛନ୍ତିା କିନ୍ତୁ ଏସବୁ ଦେଖିବା ଏବଂ ଶୁଣିବା ପରେ ବି ନବୀନ ଚୁପ୍ ବସିଛନ୍ତି । କାରଣ ନବୀନଙ୍କୁ ସଙ୍ଗଠନ ଭୁଷୁଡିପଡିବା ଚିନ୍ତା ଘାରିଛିା କିପରି ଲୋକଙ୍କ ପାଖରେ ବିଜେଡି ପୁଣି ଲୋକପ୍ରିୟ ହେବ ତାକୁ ଦୃଷ୍ଟିରେ ରଖି ସେ ନୀରବତାକୁ ଆପଣାଇଛନ୍ତି । କିନ୍ତୁ ଦଳର କର୍ମୀ ଏବଂ ନେତାମାନେ ଏହାର ଫାଇଦା ଉଠାଉଛନ୍ତି । ତେବେ ଦେଖିବାକୁ ବାକି ରହିଲା ଆଗକୁ ଆଉ କେଉଁ ନେତାମାନେ ପରାଜୟର କାରଣ ନବୀନଙ୍କୁ ଦର୍ଶାଉଛନ୍ତି ଏବଂ ନବୀନଙ୍କ ପ୍ରତିକ୍ରିୟା କଣ ରହୁଛି ।

author

Related Articles

Leave a Reply

Your email address will not be published. Required fields are marked *